STORYMIRROR

Satyanarayan Sahoo

Tragedy Action

3  

Satyanarayan Sahoo

Tragedy Action

ଡର କାହାକୁ ଭୟ କାହାକୁ

ଡର କାହାକୁ ଭୟ କାହାକୁ

1 min
181


ଡର କାହାକୁ ଭୟ କାହାକୁ ଏ ଦୁନିଆଁ କୁ ସିନା

ନ ଜାଣି ଜନ ହୁଏ ମଜ୍ଜନ ଜନମ ଘେନି ନାନା ।


ଦୁଃଖ ଦାଉରେ ହାଉ ହାଉରେ ହାବୁକା ମାଡ଼ ଖାଇ

ଚାବୁକ ପରି ଖାଏ କି ପରି ପରୀକ୍ଷା କରି ଚାଖି ।


ମାଡ଼କୁ ଡର କଲେ ମଡର ନୁହେଁ ଜଡର କେବେ

ମାଡ଼କୁ ଭୟ  ନାହିଁ ଉପାୟ ମହା ଦେବ ଡରିବେ ।


ନିତି ପ୍ରକୃତି ରଚେ ବିକୃତି  କୃତିତ୍ବ ତାର ଚାହିଁ

ଶିହରେ ପ୍ରାଣ ହୁଏ ନିଷ୍ପ୍ର।ଣ ପ୍ରାଣୀ ଜଗତ ପାଇଁ ।


ପ୍ରକୃତି ହିଁ ଯେ ନିତି ସହଜେ ସରଜେ ଡର ଭୟ

ପ୍ରାଣୀ ସ୍ଵଭାବ ନ ଜାଣି ଭାବ ଭାବନା ଆଣେ ଭୟ ।


Rate this content
Log in

Similar oriya poem from Tragedy