Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Tragedy

3  

Satyabati Swain

Tragedy

ନାଚବାଲି

ନାଚବାଲି

1 min
191



ତୁଚ୍ଛା ନାଚବାଲିଟେ

ଅହ ରହ ନାଚୁଛି

ପାଦରୁ ରକ୍ତ ବୋହି

ମୋ ଛାତି ଛୁଇଁବାଯାଏ।


ସେମାନେ କହିଲେ 

ନାଚେ ଝିଅ ନାଚେ।


ନାଚୁଛି :

କଥକଲି

ଓଡିଶୀ

ବିହୁ,ଛଉ,ଘୁମୁରା,ଦାଣ୍ଡିଆ

ଭାରତ ନାଟ୍ୟମ

କେବେ ପୁଣି

ବେଲି,ସାଲ୍ସା, ଡିସ୍କୋ

ସେମାନେ ଖୁସି ଫୁଲ ଘୋଡେଇ ହେବେ ବୋଲି।



ସମୟ:

ଭୋର ପାଞ୍ଚଟାରୁ

ରାତି ଅନିର୍ଦ୍ଦିଷ୍ଟ ଘଣ୍ଟା ଟଙ୍ଗ୍ ଟାଙ୍ଗ୍

ଶୁଭିବାଯାଏ।


ମଞ୍ଚ:

ଘର

ରୋଷେଇ ଘର

ଠାକୁର ଘର

ପିଲାଙ୍କ ପଢା ଟେବୁଲ

ଡାଇନିଂ ଟେବୁଲ

କର୍ଯ୍ୟାଳୟ

ବେଡ୍ ରୁମ୍

ଏବଂ ଡାଇରୀ ପୃଷ୍ଠା।


ଆରମ୍ଭ:

ଏନ୍ତୁଡ଼ି ଶାଳରୁ

କୋକେଇରେ ବୋହୁ ହେବା ପର୍ଯ୍ୟନ୍ତ।





Rate this content
Log in

Similar oriya poem from Tragedy