ସମୟର ସୁଅରେ
ସମୟର ସୁଅରେ
ସମୟର ସୁଏ
ଅନଇଚ୍ଛା ସତ୍ତ୍ୱେ;
ଭାସିବାକୁ ହୁଏ
ବୁଡ଼ିବାକୁ ହୁଏ
ଅନଇଚ୍ଛା ସତ୍ତ୍ୱେ;
ସମୁଦ୍ରେ ମିଶିବାକୁ ହୁଏ
ପରିଚୟ ହାରିବାକୁ ହୁଏ
ସମୟର ସୁଏ, ସମୟର ସୁଏ ।।
ସମୟର ସୁଏ
ଅନଇଚ୍ଛା ସତ୍ତ୍ୱେ;
ଜୀବନର ଅଣଓସାରିଆ ଅଙ୍କାବଙ୍କା ବାଟେ
ପାଦଥାପି ସଳଖି ଚାଲିବାକୁ ହୁଏ
ପ୍ରଚ୍ଛନ୍ନ ଆତ୍ମୀୟତାର ଅନ୍ତର୍ହିନତା
ଅଚିରେ ସହିବାକୁ ହୁଏ
ଅନଇଚ୍ଛା ସତ୍ତ୍ୱେ;
ଦୁଃଖ ଯନ୍ତ୍ରଣାକୁ କୁଣ୍ଢେଇବାକୁ ହୁଏ
ଆଖିର ଲୁହ ମନର କୋହକୁ ପିଇବାକୁ ହୁଏ
ସମୟର ସୁଏ, ସମୟର ସୁଏ ।।
ସମୟର ସୁଏ
ଅନଇଚ୍ଛା ସତ୍ତ୍ୱେ;
ଅନ୍ୟକୁ ବିଶ୍ୱାସ କରିବାକୁ ହୁଏ
ଅନ୍ତର ଦେଇ ଭଲ ପାଇବାକୁ ହୁଏ
ଅନଇଚ୍ଛା ସତ୍ତ୍ୱେ;
ଛଳନାକୁ ମାପିବାକୁ ହୁଏ
ଶଠତାକୁ ବୁଝିବାକୁ ହୁଏ
ସମୟର ସୁଏ, ସମୟର ସୁଏ ।।
ସମୟର ସୁଏ
ଅନଇଚ୍ଛା ସତ୍ତ୍ୱେ;
ଗୁଡ଼ିସମ ଆକାଶର ଖୋଲା ମଇଦାନରେ
ବେପରୁଆ ଭାବେ ନିଶ୍ଚିନ୍ତେ ଉଡ଼େ
ଇଗଲ ସମ ଅନ୍ଧାରୀ ଅପରିଚିତ ଝଡ଼ ସହ
ବିଦ୍ରୋହୀ ଭାଂତି ନିଡରେ ଲଢ଼େ
ଅନଇଚ୍ଛା ସତ୍ତ୍ୱେ;
ମନ ଆଶାର ପାହାଚ ଚଢ଼େ
ଆକାଂକ୍ଷାର ଦୁର୍ଗସମ ସୌଧ ଗଢ଼େ
ସମୟର ସୁଏ, ସମୟର ସୁଏ ।।
ସମୟର ସୁଏ
ଅନଇଚ୍ଛା ସତ୍ତ୍ୱେ;
ଆକାଂକ୍ଷାର ଗର୍ଭପାତ ହୁଏ
ଆଶାର ସମାଧି ଦିଏ
ଅନଇଚ୍ଛା ସତ୍ତ୍ୱେ;
ଅନାୟାସେ ବାସ୍ତବତାକୁ ଧାଏଁ
କଳ୍ପନା ଭୁଲି, ଆପଣା ଛାଏଁ
ସମୟର ସୁଏ, ସମୟର ସୁଏ ।।