STORYMIRROR

subrat kumar jena

Tragedy

3  

subrat kumar jena

Tragedy

ଠିକ ନଈର ସୁଅ ପରି

ଠିକ ନଈର ସୁଅ ପରି

1 min
283

ଆଶା ସବୁ ଭାସିଥିଲା ଦିନେ,

ଅଦିନ ଝଡରେ,

ଅନେକ କଷ୍ଟରେ ତିଆରି ନୀଡ଼,

ଅଚାନକ ଧୂଳିସାତ ହୋଇଥିଲା ଆଖି ସାମ୍ନାରେ,

ଷଡ଼ ରିପୁ କରିଥିଲେ ବିଦ୍ରୋହର ଘୋଷଣା,

ହେଲେ ଲଢେଇ ଆଗରୁ ହାର,

ଉଜୁଡି ଗଲା ଚଷା ପୁଅର ଭାତ ହାଣ୍ଡି,

ଏସନ ଲଗାଣ ବର୍ଷାର ପ୍ରହାରରେ,

ସ୍ବପ୍ନ ସବୁ ଆଖି ପତାରୁ ଉଭାନ,

ନାଁ ଲୁହ ଝରେ ନାଁ ଓଠରେ ହସ,

ବହୁତ କଷ୍ଟରେ ସଳଖିଥିବା ଗରୀବର ଅଣ୍ଟା,

ଆଉଥରେ ଭାଙ୍ଗିଦେଲା ମହାବାତ୍ୟା,

ନଦୀ ପରି ବୋହିଗଲା ସବୁ ସୁଖ ଦୁଃଖର ଇତିହାସ,

ଜଣେ ଲୋଡ଼ା ନେତୃତ୍ୱ ନେବାକୁ,

ପୁଣି ଫେରାଇବାକୁ ଦୁଃଖିନୀ ଓଠରେ ହସ,

ନିରାଶ୍ରୟକୁ ଆଶ୍ରା,

ଛପର ନଥିବା ମୁଣ୍ଡକୁ ଛାତ ଟିଏ,

ନିର୍ବସ୍ତ୍ର କୁ ଖଣ୍ଡିଏ ବସ୍ତ୍ର ,

ପୁଣି ଫେରିବ ଏକ ନୂଆ ସକାଳ,

ନୂଆ ସୁରୁଜ ବୁଣିବ ହସ ଖୁସିର ନାଲି ମୁରୁଜ,

ସଭିଙ୍କ ହସ ଖୁସିରେ ସାଥି ହୋଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy