STORYMIRROR

Satyabati Swain

Tragedy

3  

Satyabati Swain

Tragedy

ନର୍କ

ନର୍କ

1 min
210


ଗୋଟେ ଆଇସକ୍ରିମ

ଚାହିଁଥିଲି

ଦେଇ ଦେଲ ଫୁଜିୟମା ହାତେ

ଟିକେ ଉଷୁମପଣ ଲୋଡିଲି

ନେଇଗଲ ଏସ୍କିମୋ ଘେରକୁ

ବର୍ଷା ଭଲ ଲାଗେ କହିଲି

ସାହାରା ମରୁଭୂମି ରେ ଏକା ନିଜକୁ ପାଇଲି

ପ୍ରଜାପତିଟେ ଦିଅନ୍ତ ନି

ଖୁସି ହୁଅନ୍ତି

ସାଆଁବାଳୁଆ ଲୋମେ ସିଆଁ ମୋ ଦେହ।


ମାଟିରେ ଥାପିଲି ମୂର୍ତ୍ତୀଟେ

ସେ ଭଷ୍ମାସୁର ହେଲା

ଆଖିରେ ନୀଳ ରଙ୍ଗ ଦେଲି

ସେଥିରୁ ରକ୍ତ ଝରିଲା

ଏବେ ଅଧା ଗଢ଼ା ସବୁ ମୂର୍ତ୍ତି

ଛାଞ୍ଚ ହଜିଗଲା ସମୁଦ୍ରରେ

ନିହାଣ ରୁଷି ଗଲେ

ମୁଁ ଭଗ୍ନ କୋଣାର୍କ।


ଭୋକ ତୁମ ଚାଲୁଥିଲା 

ଅନ୍ଧାର ପୁଚୁ ତରଳା ରାସ୍ତା ରେ

ମୋ ଇପ୍ସା ମାନେ ଧାଉଁଥିଲେ

ତୁମ ଭୋକ ତଳେ ଦଳା ଚକଟା

ଦରମରା 

କ୍ଷତ ବିକ୍ଷତ ହରିଣୀ।


ମୁଁ ଦୀର୍ଘଶ୍ଵାସ ଛାଡି

ପଚାରୁ ଥିଲି

ହେ ଈଶ୍ବର !

ଏଇ କଣ 

ନର୍କ !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy