ଅନ୍ୟ ପରିଚୟ
ଅନ୍ୟ ପରିଚୟ
ଝିଅ ବୋଲି ଆଜି ତୁ ବନିଲୁ
ଏତେଟା ହୀନ ,
ବିଲରେ ବନେଇଦେଲା ତୋର ଘର
ଜନମ କରିଥିବା ସେହି ମା'ର ମନ ।
ମା ବି ଥିଲା ଦିନେ ଗୋଟେ ଝିଅ
ଏ କଥା ସେ ଯେ ଭାବିଲାନି ଥରେ ,
ଶେଯ ବନେଇଦେଲା କୁଟାର ଖିଅ
ଫିଙ୍ଗିଲା ସେ ତୋତେ ନିଜେ ଜନମ କରିବା ପରେ ।
ହେଲେ ଭଗବାନଙ୍କର ସ୍ଥିତି
ଦେଇଛି ତୋତେ ନୂଆ ଏକ କୋଳ,
ତୋତେ ବି ମିଳିବ ପରିଚିତି
ମିଳିବ ସଂସାରରେ ଏକ କୁଳ ।
ଜୀବନରେ ଏ ଯୁଦ୍ଧରେ........
ଯିବୁନି କେବେ ତୁ ହାରି ,
ସଂଗ୍ରାମ କରିବୁ ,ଜିତିବୁ....
ନିଜେ ହିଁ ହେବୁ ତୁ ଭିନ୍ନ ଏକ ନାରୀ ।
