STORYMIRROR

Anirudha Kund

Tragedy Classics

3  

Anirudha Kund

Tragedy Classics

ଉଦ୍ଧାର କାଳିଆ

ଉଦ୍ଧାର କାଳିଆ

1 min
245

ହଟ କର ନାହିଁ     ହଟିଆ ଠାକୁର 

    ହଟହଟା ସର୍ବ ପ୍ରାଣ, 

     ଉଦ୍ଧାର କାଳିଆ

ଥରେ ହାଟ କର   ହଟି ସିଂସାହନୁ

   ରହିଲା ତୋତେ ଲୋ ରାଣ 

    ମୋ ଗଳା ମାଳିଆ ।।


ଭୂତାଣୁ ଭିତ୍ତିରେ ପ୍ରଳୟ ସ୍ଥିତିରେ

   ଜଳେ ପତିତ ପରାଣ 

    ହେ ବାଙ୍କ ଚୁଳିଆ

କହେ ତ୍ରାହି ତ୍ରାହି କାନ୍ଦି କାନ୍ଦି ମହି

    ଦେଖାଅ ଛନ୍ଦା ଚରଣ 

    ତୋ ପ୍ରଭୁ ପଣିଆ ॥


 ମନା ସିଂହଦ୍ବାର ମନା ଲୋ ମନ୍ଦିର

     କେବେ ଦେବ ଦରଶନ 

     କାଇଁଚ ମାଳିଆ

ମନା କଲୁ ତୁହି ଆରେ ଭାବଗ୍ରାହୀ 

    ସ୍ବର୍ଗଦ୍ବାର ଶମଶାନ  

    ଛଳରେ ଛଳିଆ

    

ବୁଡ଼ିଯାଏ ନାଆ ନାହିଁ କେହି ସାହା

    ଶୁଣ ପ୍ରଭୁ ନିବେଦନ 

    ଉଦ୍ଧାର କାଳିଆ

ନରଖିଲେ ତୁହି ରଖିବେନି କେହି

    ଆହେ କରୁଣା ନିଦାନ

    ତୁଳସୀ ମାଳିଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy