STORYMIRROR

Biswaranjan Mohanty

Tragedy

3  

Biswaranjan Mohanty

Tragedy

ମରୀଚିକା

ମରୀଚିକା

1 min
248

ନାଚୁଥାଏ ମୃତ୍ୟୁ ମରୀଚିକା 

ଜୀବନର ନିର୍ଜନ ପ୍ରାନ୍ତରେ 

ବାଟ ଭାଙ୍ଗି ଯାଏ ନାହିଁ ପାନ୍ଥ

ଦେଖୁଥାଏ ପାଖେ କେବେ ଦୂରେ 

ଧୋଇଦେଇ ମୃଗତୃଷ୍ଣା ଜଳେ 

କରିଦିଏ ଆବରଣ ଶୂନ୍ୟ l 

କେବେ ଅବା ପୋଛିଦିଏ ଅଙ୍ଗ 

ଭିଡ଼ିନେଇ ଅମୁଲ୍ୟ ବସନ 

କାହାପାଇଁ ଖରତର ନାଚେ 

ସୁଗଭୀର ଶୀତଳ ଜଳରେ l 

ଝୁଲି ଝୁଲି କେବେ ଖେଳେ ଦୋଳି 

ବସନ୍ତର ସବୁଜ ଡାଳରେ 

ଢଳ ଢଳ ସ୍ୱଚ୍ଛ ମରୀଚିକା 

ଢେଉ ଖେଳେ ବୋତଲ ଭିତରେ 

 ଯଉତୁକ ବିଷଧର ବିଷ l 

 ଅନନ୍ତର ସହସ୍ର ଫଣାରେ 

ସବୁପରେ ଅଦୃଶ୍ୟ ନିୟତି 

ଜଗିଥାଏ ସମୟ ନିର୍ଘଣ୍ଟ 

ମରୀଚିକା ସମନୃତ୍ୟେ ରତ 

ଅନ୍ଧକାରେ ଖେଳାଇ ଅଦୃଷ୍ଟ l 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy