ମରୀଚିକା
ମରୀଚିକା
ନାଚୁଥାଏ ମୃତ୍ୟୁ ମରୀଚିକା
ଜୀବନର ନିର୍ଜନ ପ୍ରାନ୍ତରେ
ବାଟ ଭାଙ୍ଗି ଯାଏ ନାହିଁ ପାନ୍ଥ
ଦେଖୁଥାଏ ପାଖେ କେବେ ଦୂରେ
ଧୋଇଦେଇ ମୃଗତୃଷ୍ଣା ଜଳେ
କରିଦିଏ ଆବରଣ ଶୂନ୍ୟ l
କେବେ ଅବା ପୋଛିଦିଏ ଅଙ୍ଗ
ଭିଡ଼ିନେଇ ଅମୁଲ୍ୟ ବସନ
କାହାପାଇଁ ଖରତର ନାଚେ
ସୁଗଭୀର ଶୀତଳ ଜଳରେ l
ଝୁଲି ଝୁଲି କେବେ ଖେଳେ ଦୋଳି
ବସନ୍ତର ସବୁଜ ଡାଳରେ
ଢଳ ଢଳ ସ୍ୱଚ୍ଛ ମରୀଚିକା
ଢେଉ ଖେଳେ ବୋତଲ ଭିତରେ
ଯଉତୁକ ବିଷଧର ବିଷ l
ଅନନ୍ତର ସହସ୍ର ଫଣାରେ
ସବୁପରେ ଅଦୃଶ୍ୟ ନିୟତି
ଜଗିଥାଏ ସମୟ ନିର୍ଘଣ୍ଟ
ମରୀଚିକା ସମନୃତ୍ୟେ ରତ
ଅନ୍ଧକାରେ ଖେଳାଇ ଅଦୃଷ୍ଟ l
