ଅଶ୍ରୁ
ଅଶ୍ରୁ
ନିତି ଅଶ୍ରୁ ଢାଳୁଅଛି ତୁମ ପାଦ ତଳେ
ପଦେ ହେଲେ କହୁନାହିଁ କଥା
ଏବେ ବି ଖେଳନ୍ତି ଖେଳ ଦୁହେଁ ନିତି ନିତି
ମୋର ଅଶ୍ରୁ, ତୁମ, ନିରବତା l
ତେବେ ବି କରୁଛି ପୂଜା ଦେବତା ପରାଏ
ଜୀବନର ସବୁ କିଛି ଦେଇ
ଅନ୍ତରୁ ନିଗାଡ଼ ନିତି ଝରେ ଯେଉଁ ବ୍ୟଥା
ସେ ସନ୍ତୋଷ ପାଏ ନାହିଁ କାହିଁ l
ଅଶ୍ରୁ ହୋଇ ବୋହୁଥାଉ ମୋ ଅବ୍ୟକ୍ତ ବ୍ୟଥା
ଚାହିଁଥାଅ ପାଲଟି ନିର୍ମମ
ସେହିପରି ଏ ଜୀବନ ଜଳୁ ଯଜ୍ଞ ହୋଇ
ଜଳି ଜଳି ହେବ ଉପଶମ l
