STORYMIRROR

Biswaranjan Mohanty

Tragedy

3  

Biswaranjan Mohanty

Tragedy

ନୀରିହା ନାରୀ

ନୀରିହା ନାରୀ

1 min
197

କେବେ ତୁ ଭଗିନୀ କେବେ ତୁ ସଙ୍ଗିନୀ 

   କେବେ ପୁଣି ଅର୍ଦ୍ଧାଙ୍ଗିନୀ 

ମମତା ରୂପିଣୀ ମାଆ କେତେବେଳେ 

    କନ୍ୟା ରତ୍ନ ସୋହାଗୀନି l 

ଆଦ୍ୟାଶକ୍ତି ତୁହି ଶକ୍ତିର ପ୍ରତୀକ 

    ଧର୍ଯ୍ୟର ତୁ ପ୍ରତିମୂର୍ତ୍ତି 

କରୁଣାମୟୀ ତୁ ମାତୃରୂପୀ ଅଟୁ 

   ଯୁଗେ ଯୁଗେ ରଚୁ କୀର୍ତ୍ତି l 

ଅପୂର୍ଣ୍ଣ ଏ ଧରା ତୋ ବିନୁ ସର୍ବଦା 

    ନାରୀ ତୁହି ପୂର୍ଣ୍ଣରୂପା 

ତଥାପି ବୁଝେନା ଆଜି ଏ ମନୁଷ୍ୟ 

    ଗର୍ଭରୁ କରଇ ସଫା l 

ତୋ ଗର୍ଭରୁ ଜନ୍ମି ପୁରଷ କିଭଳି 

  ହେଲା ଏଡ଼େ ଅଵିଵେକୀ 

ଅତ୍ୟାଚାର ଆଉ ବଳାତ୍କାର କରେ 

  କରେ ସଦା ତୋତେ ଦୁଃଖୀ l 

କରଇ ପ୍ରାର୍ଥନା ଇଶଙ୍କୁ ଆଜି ମୁଁ

    ଭରିଦିଅ ସଦବୁଦ୍ଧି 

ନାରୀ ଜାତି ହେଉ ଆହୁରି ସଶକ୍ତି 

   ଭରିଯାଉ ରିଦ୍ଧି ସିଦ୍ଧି l 

                             


Rate this content
Log in

Similar oriya poem from Tragedy