STORYMIRROR

Surjyakanta Dash

Tragedy

3  

Surjyakanta Dash

Tragedy

ବିଦାୟ ବିଭୂତି ଭାଇନା

ବିଦାୟ ବିଭୂତି ଭାଇନା

1 min
248


ଯେତେ ଲେଖିଲେବି ମୋ କଲମଟା ଆଜି

ଦେଉଛି କାହିଁକି ଧୋକା ,

ଅବେଳରେ ତମେ ବିଭୂତି ଭାଇନା

ଚାଲିଗଲ ହୃଦୟକୁ କରି ଫାଙ୍କା ।।


ସ୍ତବ୍ଧ ହୋଇଛି ଶୁଣି ତୁମ କଥା

ଲିଭିନି ମନରୁ ବ୍ୟଥା,

ମାଟିର ପୁଅ ତୁମେ ମାଟିରେ ମିଶିଗଲ

ମାଟି କହୁଛି ତୁମ କଥା ।।


ହୃଦୟ କାନ୍ଦୁଛି କୁହୁଳି କୁହୂଳି

ତୁମ ଅମର ଆତ୍ମାର ଗାଥା,

ଓଦା କରି ଆମ ଆଖିର ଲୁହକୁ

ଭରୁଛି ମନରେ ବ୍ୟଥା ।।


ଏତିକି ମାଗୁଣି ଭଗବାନଙ୍କୁ ମୋର

ତୁମ ଆମର ଆତ୍ମାର ହେଉ ସଦ୍ଗତି,

ଏହି ହେବ ତୁମ ପ୍ରିୟ ଜନଙ୍କର୍

ତୁମ ପ୍ରତି ଚିର ଶ୍ରଦ୍ଧାଞ୍ଜଳି ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy