STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

କାହିଁକି

କାହିଁକି

1 min
263


  କଳା ବାଦଲ ଫାଙ୍କରେ ମୁହଁ ଦେଖାଇ 

ନିଜକୁ ଲୁଚାଇ ଦିଅ ତୁମେ 

ଡରରେ ଅବା ଲାଜରେ.... ?


କାମନାସକ୍ତ ଘନ ଅନ୍ଧାରର

କଡ ଲେଉଟା ସମୟରେ 

ତୁମେ ପୁଣି ଛୁପିଯାଅ 

ପ୍ରେମରେ ଅବା ତ୍ୟାଗରେ .....?

 

କେବେ ଘନ ଜଙ୍ଗଲ , କେବେ 

ରାସ୍ତା କଡରେ 

ବିବସ୍ତ୍ର ,କ୍ଷତାକ୍ତ ଶରୀର ତୁମର

ମୁହଁ ମାଡି ରହେ 

ଅତ୍ୟାଚାରର ଅବା ଅପବାଦ ଭୟରେ ....?


କୈଶୋର ପାହାଚର କୋମଳ ମନରେ 

ଲାଲ୍ ଲାଲ୍ ଗାଲକୁ ଲୁଚାଇ ଦିଅ 

ପୌରୁଷ ର ବକ୍ଷୋଜରେ 

ଶିହରିତ ମନରେ ଅବା ସମର୍ପିତ ଭାବନାରେ .....?


ତୁମର ସେ ଚାନ୍ଦ ପରି ଶାନ୍ତ ଚେହେରା 

ଚନ୍ଦ୍ରାଲୋକ ପରି ଶୀତଳ ସ୍ପର୍ଶରେ  

କୋଳେଇ ନିଏ କିଏ 

ପ୍ରେମର ଭାବନାରେ ଅବା 

ଝାମ୍ପି ଖୁଣି ଦେବାର ଆସକ୍ତିରେ .....?


ସମାଜର ରାକ୍ଷସ ଲୁଚାଇ ଦେଉଛି 

ତୁମକୁ ଅତ୍ୟାଚାର,ପ୍ରତାରଣା , ଶୋଷଣ ସମ କଳା ବାଦଲ ଫାଙ୍କରେ... 


ତଥାପି ତୁମେ ନିରୁତ୍ତର...... 

କାହିଁକି ?

କାହିଁକି ମାଗନା ତୁମେ ପ୍ରତ୍ୟୁତ୍ତର ...?

 କାହିଁକି ......?

ପରିବାର ର ଅସମ୍ମାନ ଭୟରେ 

ଅବା ଏ ସାମାଜିକ ତଥା ନ୍ୟାୟର ଅବ୍ୟବସ୍ଥା ଭୟରେ........?


ନିରୁତ୍ତର ତୁମେ କାହିଁକି  ..?

କାହିଁକି ମାଗନା ଅଧିକାର 

ଅପମାନ ଭୟରେ ଅବା ,

ବାହୁବଳ ପ୍ରଦର୍ଶନ କରୁଥିବା ଗୁଣ୍ଡାରାଜ କବଳରୁ ରକ୍ଷା ପାଇବା ଭାବନାରେ........ 


କାହିଁକି ......?

କାହିଁକି ......?

କାହିଁକି .......?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy