STORYMIRROR

Swarnalata Lenka

Romance Tragedy

3  

Swarnalata Lenka

Romance Tragedy

ତୁଷାର୍ତ୍ତ ଏ ଜୀବନ

ତୁଷାର୍ତ୍ତ ଏ ଜୀବନ

1 min
192


ମନ ତଳେ କିଛି କଥା ରହିଥାଉ ସାଥୀ!

ନିରୋଳା ରେ ଭଲ ଲାଗିବ ପଢିବାକୁ

କିଛି କଥା ଏମିତି ଗୋପନେ ରଖ

ଵନିଯିବ ତୁମ ଏକଲା ପଣରେ ସାହାରା ଦେବାକୁ


କହିଦେଲେ ସରିଯିବ ସବୁ କଥା

ଲେଖି ରଖିଦିଅ ତୁମ ମନ ଡାଏରୀ ରେ

ଯେଉଁ ଥିରେ ଲାଭ ନାହିଁ କହିବନି ଆଉ

କା,ଆଗରେ 

 ନିଜେ ପଢିବ ନିଃସଙ୍ଗ ବେଳ ରେ

ଛାତି ଟାକୁ ଭାରି ହୋଇ ରହିବାକୁ ଦିଅ

କୋହ ସବୁ ବରଫ ପାଲଟି ଯାଉ,

ସବୁ ସମ୍ପର୍କ ର ସୂତା ଖିଅ ଗୁଡ଼ାଇ ଦିଅ

ସେ ହୃଦୟ ଚାରି କାନ୍ଥ ରେ

ସ୍ପନ୍ଦନ ର ଗତି କ୍ଷିପ୍ର ନ ହେଉ ସେ ଭାବନାରେ

ଭୂଲି ଯାଅ କିଏ କେବେ ହୋଇଛି ନିଜର


ଅନ୍ତର୍ଦାହ ରେ ଜଳୁଥାଅ ବାରମ୍ବାର

ଦେଖାଅନି ସେ ନିଆଁ ଜାଳି ଦେବ

ସମ୍ପର୍କ ର ଜଉଘର

ତଥାପି ଭୂଲ ଵୁଝିନି ସାଥୀ ମୋର

ଏ ତ ସମୟ ହାତର ଖେଳ

ଭାଗ୍ୟ ର ବିଡମ୍ବନା


ନାହିଁ ବୋଧେ ଭାଗ୍ୟ ରେଖା ତୁମ ମୋ ସମ୍ପର୍କ ର

ମନ ଯାହା ଚାହେଁ ମିଳେନାହିଁ କେବେ

ଅଭିମାନେ ଥାଅ ଦୂରେ ତଥାପି ମନ ଝୁରେ

ସମ୍ପର୍କ ର ମାନେ ଵୁଝେନା ଏଠି କେହି ଜଣେ

ମନ ତଳର କଥା ଚାପି ଦିଅ ଛାତିରେ

କାଲି ଯେ ତୁମକୁ କିଏ ଛୁଇଁ ଥିଲା ଜଣେ

କଳଙ୍କିତ ହୁଅ ନାହିଁ କର ନାହିଁ କଳୁଷିତ ମନ

ଭାବ ସବୁ ଥିଲା ମରିଚିକା ,ତୃଷାର୍ତ୍ତ ସଦା ଏ ଜୀବନ ସ୍ୱର୍ଣ୍ଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance