STORYMIRROR

Swarnalata Lenka

Abstract Tragedy

3  

Swarnalata Lenka

Abstract Tragedy

ମୁଁ

ମୁଁ

1 min
206

ମୁଁ...

ଅମିମାଂସିତ ପ୍ରଶ୍ନ..

କିଏ କଣ କାହିଁକି ଆସିଛି 

କିଛି ବି ଜାଣିନି...

ଏତିକି ଜାଣେ ମୁଁ କର୍ତ୍ତବ୍ୟ ରେ ବନ୍ଧା 

ନାରୀ ଟିଏ..

ସମୟର ଅଭାବ ମୋପାଖେ

ତଥାପି ଅନେକ ଇଛା ଆଉ ଆକାଂକ୍ଷା..

କିଛି କରି ପାରେନି ଧାଏଁ ଅନବରତ..

ଛୁଇଁ ବାକୁ ଇଛା ଦୂର ଆକାଶକୁ..

ହାତ ବଢାଏ ପୁଣି ଫେରିଆସେ

ମୋ ବିବେକ ମୋତେ ଚେତାଇ ଦିଏ

ମୋର କର୍ମ ଆଉ ଧର୍ମ ..

ତା,ପରେ ଆଉ କିଛି...

ମୁଁ ମା , ମୁଁ ସ୍ତ୍ରୀ , ମୁଁ ମା ର କନ୍ୟା

ମୁଁ ଭଗିନୀ...

ସବୁ ଭୂମିକା ମୋତେ ଟାଣିନିଏ ତାଙ୍କ ପାଖକୁ

ମୁଁ ପୁଣି ଜଗତ ପାଇଁ ନାରୀ ଟିଏ

କିଛି କରିବାର ଇଛା,ମରିଯାଏ ମନରେ ,

ଆଗେ ଭାବେ ସଂସାର ....

କାହିଁକି ନା ମୁଁ ସଂସାର ଗଢିଥିବା ନାରୀ ଟିଏ

କେତେବେଳେ ଭାବପ୍ରବଣତା ର ବନ୍ଧ ଭାଙ୍ଗି ଯାଏ

କେତେ ବେଳେ ହସ ବାଣ୍ଟିଚାଲେ.....

ସୁଖରେ ନଦୀ ପହଁରି ଯାଏ ମନ ଇଛା...

କେଵେ ପୁଣି ଲୁହର ସମୁଦ୍ର ରେ ଵୁଡିଯାଏ.

ଏକା ଏକା.....

 ଆଖିର ଲୁହକୁ ଓଠ ପିଇ ଯାଏ...

 ପୁଣି ସଂସାର ର ମୋହରେ ବାନ୍ଧି ହୋଇଯାଏ..

 ମୋ ବଗିଚାର କଢି ସବୁ ଫୁଟିଥାଏ

 ଭାରି ଖୁସି ହୁଏ ମୋ ହାତ ଗଢା ଫୁଲ ଫଳ ଭର୍ତି 

 ଏଇ ଅଗଣା କୁ .ଦେଖି...

 ଭୂଲି ଯାଏ ସବୁ ମୁଁ କିଏ କଣ ମୋର ଭୂମିକା..

 ଆତ୍ମ ବିଭୋର ହୋଇଯାଏ...

  ଭୂଲି ଯାଏ ଭାଷା ଆଉ ଶବ୍ଦ । ସାଉଁଟି ପାରେନା ଭାବ

  ଲେଖି ପାଏନା କବିତା...

  ବେଳେ ବେଳେ କାହାର ନଜର ଲାଗିଯାଏ ସତେ...

  ସମୟ ମୋ ପାଖରୁ ଦୂରେଇ ଯାଏ...

  ତଥାପି .... ମୁଁ ଖୋଜି ଚାଲେ ନିଜକୁ...

  ମୋ ଭିତରେ.କିଏ ମୁଁ . କ'ଣ ମୋର ଭୂମିକା.... ସ୍ୱର୍ଣ୍ଣ

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract