ମୁଁ କବିର ଭୋଇ ଟ୍ରଲି ଚାଳକ
ମୁଁ କବିର ଭୋଇ ଟ୍ରଲି ଚାଳକ
ହେ' କବିର ଭୋଇ ରଚିଲ କାହାଣୀ
ବୟସର ଅପରାହ୍ନେ
ପତ୍ନୀଧର୍ମ ପାଳି ପ୍ରୀତି ଦେଲ ଢାଳି
ସମ୍ବାଦ ପତ୍ର ମଣ୍ଡନେ ॥
ସ୍ତବ୍ଧ ହୋଇଗଲା ଏ' ସାରା ଓଡ଼ିଶା
କିଏ ଏ'କବିର ଭୋଇ ,
ଗଣ ମାଧ୍ୟମର ପ୍ରଚାର ପ୍ରସାର
କୋହ ଭରିଦେଲା ଯହିଁ ॥
ବିଂଶ ଶତାବ୍ଦୀର ଅତୀବ ଗରିବ
ସଂସାରୀ ମଣିଷ କଵି ,
ଟ୍ରଲି ରିକ୍ସା ଟାଣି ପେଟ ପୋଷେ ନିତି
ଭାର୍ଯ୍ୟା ପ୍ରେମୀ ଅନୁଭବି ॥
ସୁକାନ୍ତିର କାନ୍ତ ପ୍ରେମ ମୁର୍ତ୍ତିମନ୍ତ
ସମର୍ପଣେ ଜଳାଞ୍ଜଳୀ ,
ଆହାକି ହୃଦୟ ଲାଗଇ ବିସ୍ମୟ
କରେ ନାହିଁ ଗାଳି କଳି ॥
ନିରକ୍ଷର ହୋଇ ପ୍ରେମକୁ ବୁଝିଛି
ସଂକଟରେ ପ୍ରାଣ ପ୍ରିୟା ,
ଚିକିତ୍ସା ନିମନ୍ତେ ନେବିଲୋ କଟକେ
ତୁମୋର ଦେହ ଛାୟା ॥
ରୋଗ ଉପଶମ ହେବଲୋ ନିଶ୍ଚୟ
ଅଛି ମୋର ଚାରିବାହା ,
ଟ୍ରଲି ଟାଣିଟାଣି ପଡିବିନି ଥକି
ଜଗନ୍ନାଥ ହେବେ ସାହା ॥
ସରକାରୀ କଳ ଆମ ପାଇଁ ନୁହଁ
ସେଥି ପାଇଁ ନାହିଁ ଦୁଃଖ ,
ଆମ୍ବୁଲାନ୍ସ ସେବା ନମିଳୁଲୋ ଜମା
ଟ୍ରଲିରେ ଲାଗିଛି ଚକ ॥
ଭଲ ଟ୍ରଲି ଗୋଟେ ଆଣିଛି ଭଡାରେ
ପୁରୀରୁ ଯିବା କଟକ ,
ଅଛି ମୋ' ବିଶ୍ଵାସ ଥକିବନି ପାଦ
ଏଇ ମୋର ଦୃଢ ବାକ୍ୟ ॥
ବଡ଼ ମେଡିକାଲ ଦେଶରେ ବିଖ୍ୟାତ
ରୋଗ ହବ ଉପଶମ ,
ପୁଣି ଆଉଥରେ ଟ୍ରଲି ଗଡ଼ିବରେ
ପାଳିବି ମୁଁ ପତ୍ନୀ ଧର୍ମ ॥
ପାଦେ ପାଦେ ଚାଲି ଟ୍ରଲି ନେବି ଟାଣି
ଗପସପ କରିକରି ,
ଭଙ୍ଗା କୁଡିଆରେ ପାଦଦେଲା ପରେ
ସଭିଏଁତ ଯିବେ ଘେରି ॥
ସବୁ ଆଶା ମୋର ଧୂଳିସାତ ହେଲା
ଜୀବନ ତୋ ଚାଲିଗଲା ,
ଏକା କରିଦେଇ ଗଲୁ ଲୋ ସୁକାନ୍ତି ,
ହୃଦୟ ମୋ' ଫାଟିଗଲା ॥
ଅଶା ଆକାଂକ୍ଷାର ହେଲା ଅବସାନ
ବିପତ୍ନିକ ହେଲି ମୁଇଁ ,
ପୁରୀରୁ କଟକ ମୁଁ ଟ୍ରଲି ଚାଳକ
ଅନୁକମ୍ପା ଟିକେ ନାଇଁ ॥
କବିର କାନ୍ଦୁଛି ଗୁମୁରି ଗୁମୁରି
ହେଜ ଆହେ ପ୍ରସାଶନ ,
ମଟର ଗାଡିରେ ଶବ ନେଲା ସତ
ଟ୍ରଲିରେ ଥିଲା ଜୀବନ ॥
ସରଗରେ ଥାଇ ସୁକାନ୍ତି କହୁଛି
ଟ୍ରଲିଟା ଆମର ନୁହଁ ,
ମନେ କରି କାନ୍ତ ଫେରାଇ ଦବତ
ବସିବାରେ ନାହି ମୋହ ॥
ସରଗ ପୁରରେ ମୁଁ' ଅଛି କୁଶଳେ
ଦୁଃଖ ଜାମା କରନାଇଁ ,
ଏ'ରାଇଜ ଭିନ୍ନ ନାହିଁ ମାୟାମୋହ
ଫେରିବିନି କାନ୍ତ ମୁଇଁ ॥
