STORYMIRROR

Biswaranjan Mohanty

Tragedy

3  

Biswaranjan Mohanty

Tragedy

ଚେତନାର ଶଙ୍ଖ

ଚେତନାର ଶଙ୍ଖ

1 min
169

ଦିବାନିଶି ଝରୁଥିଲା ଜୀବନ ନିର୍ଝର 

  ଉଲ୍ଲାସରେ ହୋଇ ପ୍ରଭାହିତ 

ଧ୍ୱନି ସାଥେ ତାଳେ ତାଳେ ମିଶାଇଣ ଛନ୍ଦ 

    ରହିଥିଲା ସଦା ନୃତ୍ୟରତ ll 

ଆବେଗରେ ମିଶିଥିଲା ସାଗର ବେଳରେ 

    ଆନନ୍ଦରେ ଲଭିବାକୁ ନିଦ୍ରା 

ଲହରୀର ସମତାଳେ ଆଙ୍କି ଯାଉଥିଲା 

     ଯିବ ଯା ଚିରନ୍ତନ ମୁଦ୍ରା ll 

ଥିଲା ଯେଉଁ ଆବରଣ ସ୍ନେହ ମମତାର 

   ଖୋଲିଦେଇ ସେ ଅବଗୁଣ୍ଠନ 

ଅଜାଡି ତ ଦେଇଥିଲି ତୁମ ପାଦ ତଳେ 

     ସବୁକରି ଉପହାର ମାନ ll 

ମାୟା ସିନା ରଖିଥିଲା ପ୍ରଲୋଭନେ ବାନ୍ଧି 

   ସେ କାରାରେ ସହସ୍ର ବନ୍ଧନେ 

ଗୋଟି ଗୋଟି ସେ ବନ୍ଧନ ଦେଇଛି ଫିଟାଇ 

    ଖାଲି ଅଛି ମୁକ୍ତି ଆଲିଙ୍ଗନେ  ll 

ଆଉ ନ ଶୁଣାଅ ତୁମେ ବିରହର ବଂଶୀ 

     ହୃଦୟକୁ କରି ଆଲୋଡନ 

ଏଥର ବଜାଅ ତୁମେ ଚେତନାର ଶଙ୍ଖ 

   ବାଜୁଥାଉ ହୋଇ ପଞ୍ଚଜନ୍ୟ ll 


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy