ଚେତନାର ଶଙ୍ଖ
ଚେତନାର ଶଙ୍ଖ
ଦିବାନିଶି ଝରୁଥିଲା ଜୀବନ ନିର୍ଝର
ଉଲ୍ଲାସରେ ହୋଇ ପ୍ରଭାହିତ
ଧ୍ୱନି ସାଥେ ତାଳେ ତାଳେ ମିଶାଇଣ ଛନ୍ଦ
ରହିଥିଲା ସଦା ନୃତ୍ୟରତ ll
ଆବେଗରେ ମିଶିଥିଲା ସାଗର ବେଳରେ
ଆନନ୍ଦରେ ଲଭିବାକୁ ନିଦ୍ରା
ଲହରୀର ସମତାଳେ ଆଙ୍କି ଯାଉଥିଲା
ଯିବ ଯା ଚିରନ୍ତନ ମୁଦ୍ରା ll
ଥିଲା ଯେଉଁ ଆବରଣ ସ୍ନେହ ମମତାର
ଖୋଲିଦେଇ ସେ ଅବଗୁଣ୍ଠନ
ଅଜାଡି ତ ଦେଇଥିଲି ତୁମ ପାଦ ତଳେ
ସବୁକରି ଉପହାର ମାନ ll
ମାୟା ସିନା ରଖିଥିଲା ପ୍ରଲୋଭନେ ବାନ୍ଧି
ସେ କାରାରେ ସହସ୍ର ବନ୍ଧନେ
ଗୋଟି ଗୋଟି ସେ ବନ୍ଧନ ଦେଇଛି ଫିଟାଇ
ଖାଲି ଅଛି ମୁକ୍ତି ଆଲିଙ୍ଗନେ ll
ଆଉ ନ ଶୁଣାଅ ତୁମେ ବିରହର ବଂଶୀ
ହୃଦୟକୁ କରି ଆଲୋଡନ
ଏଥର ବଜାଅ ତୁମେ ଚେତନାର ଶଙ୍ଖ
ବାଜୁଥାଉ ହୋଇ ପଞ୍ଚଜନ୍ୟ ll
