କାହିଁକି
କାହିଁକି
କାହିଁକି ?
କାହିଁକି ତୋ'ପାଇଁ
ମୋ ମନରେ ଏତେ ସମ୍ମୋହନ
କାହିଁକି ତତେ ଥରେ ନ ଦେଖିଲେ
ବୁଝେନି ମୋ ମନ
କାହିଁକି ତୋ'ପାଇଁ ମୋ ଆଖି ହୁଏ ଓଦା
କାହିଁକି ତୋ'କଥା ଭାବି ଦେଲେ
ଏ ହୃଦୟ କାନ୍ଦେ ସଦା।
ତୁ'ତ ଚାଲିଗଲୁ ମୋ ବିଶ୍ୱାସର
ବାଲିଘର ଡେଇଁ
କିନ୍ତୁ ଏବେବି ଏ ନେତ୍ର
ତୋ'ଫେରନ୍ତା ପଥକୁ ଅପଲକ ନେତ୍ରେ
ରହିଛି ଅନାଇ
କାହିଁକି ତୋ'ପାଇଁ ମୋ ହୃଦୟରେ
ଜଳୁଛି ଅନଳ
କାହିଁକି ତୋ'ବିନା ଏ ହୃଦୟ
ଡହଳ ବିକଳ ।
କାହିଁକି ତୁ'ବୁଝିଲୁନି ଆମ ସମ୍ପର୍କର ମୂଲ୍ୟ
କେଉଁ ଦୂର ଦୀଗ୍ ବଳୟେ ହଜିଗଲା
ଆମ ସମ୍ପର୍କର ସେ ଅମୃତ ବେଳା
ଯେତେ ବୁଝାଇଲେ କାହିଁ
ଏ ମନ ବୁଝେନି
କାହିଁକି ଏତେ ଆଲୋଡନ
ମୋ ମନରେ ତୋ'ପାଇଁ
କାହିଁକି ଏ ଅବୁଝା ମନକୁ ମୁଁ ପାରୁନି ବୁଝାଇ ।
