STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ପ୍ରେମ କାହାଣୀର

ପ୍ରେମ କାହାଣୀର

1 min
161


ସସାଗରା ଧରା ପ୍ରେମ କାହାଣୀର

       ଅନୁପମ ଗନ୍ତାଘର

ପ୍ରେମ ହିଁ ସୁନ୍ଦର ପ୍ରେମ ହିଁ ଶାଶ୍ଵତ

       ଯାହା ପାଇଁ ଯାହା ସ୍ଵର।

ପ୍ରେମରେ ରହିଛି ଜୀବନର ସ୍ଵାଦ

        ସଂସାର ଗଢ଼ିବା ଧର୍ମ

ସଜୀବ ନିର୍ଜୀବ ଯାହା ଚିତ୍ରି ଛନ୍ତି

       ବିଧାତା ବିଧାନ କର୍ମ।

ଆକାଶରେ ସୂର୍ଯ୍ୟ ସରସୀ ରେ ପଦ୍ମ

        ଯେତେ ଦୂର ସେତେ ଭାବ

ଜଳ ସ୍ଥଳ ବନ ଜାବୁଡ଼ି ଧରନ୍ତି

         ପ୍ରେମର ମିଷ୍ଟ ସ୍ୱଭାବ।

ସ୍ଵୟଂ ଜଗନ୍ନାଥ ଲକ୍ଷ୍ମୀ ଠାକୁରାଣୀ

        ବନ୍ଧା ଯୁଗ ଯୁଗ ପାଇଁ

ସମଗ୍ର ଜଗତ ପ୍ରେମ ଆନନ୍ଦରେ

       ଜୀବନ ଦିଏ ଭରାଇ ।

ପ୍ରଭୁ ଜଗନ୍ନାଥ ପ୍ରେମର ସାଗର

       ଲକ୍ଷ୍ମନାରାୟଣ ସିନା

ନିଜ କଳ୍ପନାରେ ବିଶ୍ଵ ସର୍ଜନାରେ

       ବଞ୍ଚିବା କି ତାଙ୍କ ବିନା।

ଏତେ ଗୁଢ଼ କଥା କାହିଁକି ଭାବିବା

       ଘୁରି ଯିବ ସର୍ବ ମଥା

ତାଙ୍କରି ପଦାର୍ଥ ତାଙ୍କୁ ଅରପିଲେ

       ଅପସରି ଯିବ ବ୍ୟଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action