STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ସହଜ ଜୀବନ

ସହଜ ଜୀବନ

1 min
160


ଜୀବନ ଯେ ବଡ ସହଜିଆ ଥିଲା

      ନ ଥିଲା ଛନ୍ଦ କପଟ

ଗାଆଁ ତୋଟା ମାଳ ପାହାଡ ଝରଣା

       ସାଙ୍ଗ ସାଥି ଥାଟ ବାଟ।

ରଜ ଦୋଳି ମଜା ପିଠା ପରବରେ

        ମନ ଥିଲା ଉଲ୍ଲସିତ

ଝିଅ ମାନଙ୍କର ପୁଚି ଖେଳ ଆଉ

       ଖୁଦୁରକୁଣୀ ଓଷା ତ।

ଯୋଗୀ ର କେନ୍ଦରା ଗୀତ ମନ ଛୁଆଁ

       କ୍ଷେତ ବାଡ଼ିର ସୌନ୍ଦର୍ଯ୍ୟ

ଶାଗ ମୁଗ ଡାଲି କାଠ ଚୁଲା ଖାଦ୍ୟ

       ଗୁଡ଼ି ଉଡାର ମାଧୂର୍ଯ୍ୟ।

ଗ୍ରାମ ପରିବେଶ ଆହାକି ସୁବେଶ

       ନ ଥିଲା ଯେ ଆଡମ୍ବର

ସବୁଠାରେ ଥିଲା ଆତ୍ମୀୟତା ଭାବ

        ଭାବନାର ଗନ୍ତାଘର।

ଏଇ ପରିବେଶ ନାହିଁ ଆଗଭଳି

        ଜୀବନ ହୁଏ ଜଟିଳ

ଆହେ ଦୟାମୟ କାଳିଆ ଠାକୁର

       ଫେରି ଆସୁ ପିଲାବେଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action