STORYMIRROR

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ତୁମ କଥା

ତୁମ କଥା

1 min
184


ନୀରସ ଜୀବନେ ତୁମରି ପ୍ରେମରେ

ପାଗଳ ମୁଁ ହୋଇଉଠେ

ଚିତ୍ତ ବୃତ୍ତି ନିତି ଲଭଇ ପ୍ରଶାନ୍ତି

ପ୍ରଣୟ ଲହରୀ ଛୁଟେ ।

ପ୍ରେମିକା ଗୋ ତୁମେ ଅତି ପ୍ରିୟ ତମେ

କାନକାଙ୍ଗି ଜବାଧରି

ଚାରୁ ହାସ ବେଶ ମଧୁ ଝରା ବାସ

ଭୂଷା ସଜ ହୋଇ କରି ।

ପ୍ରତିଦିନ ଦେଖାଦେଇ କେତେ କଥା 

ଖୁସି ମଜା ହସେ ରସେ

ମୋହର ସାଥିରେ ତୁମେ ଗୋ ମାତିଲେ

ମନ ପ୍ରାଣ ମୋ ଉଲ୍ଲସେ ।

ମଜ୍ଜି ରହି ତୁମ ପ୍ରେମ ପ୍ରତି ଦାନ

 ପ୍ରତି କରେ ଆକର୍ଷିତ

ନବୀନ ଆବେଗେ ସ୍ନେହ ଅନୁରାଗେ

ମନ କରେ ପୁଲକିତ ।


Rate this content
Log in

Similar oriya poem from Romance