ପ୍ରେମ ଅନୁଭବ
ପ୍ରେମ ଅନୁଭବ
କେତେ ଖୁସି ଆଉ ଆଦର ଆଦର୍ଶ
ଆଧାରିତ ଭାବ ଧାରା
ପ୍ରେମ ପ୍ରଣୟ ରେ ପ୍ରୀତିର ଫୁଆରା
ରଚେ ଚମତ୍କାର ଲୀଳା ।
ହରି ନିଏ ମନ ଉତ୍ତାଳ ପ୍ଲାବନ
ଖେଳାଇ ଦିଏ ଜୀବନେ
ପବିତ୍ର ଉତ୍ସାହ ଉତ୍ତମ ସନ୍ଦେଶ
ପ୍ରଦାନ କରି ଜୀବନେ ।
ଅଭୁଲା ସ୍ପନ୍ଦନ ପୁଲକ ଧାରା ରେ
ଅଲୌକିକ ଅନୁଭୂତି
ଅନୁଭବ ଜ୍ଞାନ କୌଶଳ ବିପୁଳ
ଭଣ୍ଡାର ସମୃଦ୍ଧ ସ୍ମୃତି ।
ଜଡ଼ିତ କରାଏ ମଧୁଶାଳା ପ୍ରାୟେ
ପ୍ରୀତି ସ୍ରୋତ ପ୍ରବାହିତ
ଯହିଁ ଅଭିନୟ ଲୀଳା ନୃତ୍ୟ ନିତ୍ୟ
ସୌହାର୍ଦ୍ଦ୍ୟର ବ୍ୟବହୃତ ।

