Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ଅନ୍ତରୀକ୍ଷ

ଅନ୍ତରୀକ୍ଷ

1 min
193



 

ଅନ୍ତରୀକ୍ଷ ଦିଶେ ଅନନ୍ତ ଅସୀମ

 ଆନନ୍ଦ ନିଷ୍ୟନ୍ଦ ଚିର ମନୋରମ

ଅନନ୍ତ ଦୃଶ୍ୟକୁ ଉପଭୋଗ କରି 

ଆନନ୍ଦେ ରେ ମାତି ଉଠଇ ଉଚ୍ଛୁଳି ।

ଅବର୍ଣ୍ଣ ନୀୟ ସେ ଭାବ ରହସ୍ୟ ର

 ଅନେକ ଆହ୍ଵାନ ବିପୁଳ ପ୍ରକାର ।

ଅଙ୍କ ରେ ଯାହାର ଅନନ୍ତ ନକ୍ଷତ୍ର

 ଅବସ୍ଥିତ ପରିବେଶ ଚମତ୍କାର ।

ଆବର୍ତ୍ତନ ରତ ଅକଳନ ବିଶ୍ଵ

ଅନୁପମ ଦିବ୍ୟ ଦୀପ୍ତି ବିଶୋଭିତ ।

ଅଜସ୍ର ପ୍ରବାହ ମୁହୁମୂର୍ହୁ ଯହିଁ 

ଅଙ୍କେ ଅଭିନବ ଭାବେ ସେ ଖେଳାଇ । 

ଅକଳନ ଛାୟା ପଥ ତମୋ କୂପ

ଆବର୍ତ୍ତନ , ପରିକ୍ରମଣ ରେ ରତ ।

ଅନ୍ତରୀକ୍ଷ ସେହି ଅନନ୍ତ ମାଧୂର୍ଯ୍ୟେ

ଅବିରତ ଭରା ପରାଣ ପ୍ର।ଚୁର୍ଯ୍ୟେ ।

ଅକଲନ ଭାବ ମହିମା ପ୍ରକାଶି 

ଅନନ୍ତ ପ୍ରାଣୀ ଙ୍କ ମନ ଥାଏ ତୋଷି ।

ଅଖଣ୍ଡ ମଣ୍ଡଳା କାର ମନୋହର 

ଅନ୍ତରୀକ୍ଷ ସେହି ଅନନ୍ତ ଭଣ୍ଡାର ।

ଆଲୋକିତ ଯହିଁ ଏ ବିଶ୍ୱ ଭୁବନ

ଅନନ୍ତ ବୈଚିତ୍ୟ ସ୍ଥାନ ଚିରନ୍ତନ ।


Rate this content
Log in

Similar oriya poem from Romance