STORYMIRROR

Naliniprava Subudhi

Action

3  

Naliniprava Subudhi

Action

ଜାଳିଵି ଜାଗର

ଜାଳିଵି ଜାଗର

1 min
132


  

ଆଜି ପରା ମହାଶିବରାତ୍ରି ଜାଗର

ଭକ୍ତିରେ ପୂଜିବା ଦେବ ଶିବଶଙ୍କର

ଦୟାକରିବେ ଯେବେଟି ପାର୍ବତୀ ହର

ଭବ ସାଗରୁ ରଖିବେ ତ୍ରୀଶୂଳଧର

ବଉଳଲୋ

ଆଜି ପରା ମହାଶିବରାତ୍ରି ଜାଗର । 


ସକାଳୁ ସ୍ନାହାନ କରି ନଦୀ ତଟର

ତୋଳିବା ଗୟସ,ଦୁଦୁରା,କନିଅର

ନଡ଼ିଆ,କଦଳୀ,ନବାତ,କଞ୍ଚାକ୍ଷୀର

ଅରୁୁଆଚାଉଳ,ଗୁଆ,ଖଣ୍ଡଶାକର

ବଉଳଲୋ

ଆଜି ପରାମହାଶିବରାତ୍ରି ଜାଗର

ଝୁଣା,ଧୂପ,ଘିଅଦୀପ,ପୂଜାକର୍ପୁର

ଶିବ ପଞ୍ଚାକ୍ଷରି ମନ୍ତ୍ର ତୁଣ୍ଡରେ ଧର

ଯାଇ ପାରିବାନି ଆମେ ହରିଶଙ୍କର

ଏଇଠୁ ରହି ବାବାଙ୍କୁ ପ୍ରଣାମ କର

ବଉଳଲୋ

ଆଜି ପରା ମହାଶିବରାତ୍ରି ଜାଗର । 


ଶୁଦ୍ଧ ପବିତ୍ର ମନରେ ସୁମରି ହର

ସାଥି ହୋଇ ବାହାରିବା ଶିବ ମନ୍ଦିର

 ମନକଥା କହି ଦେବା ଭୃଷବ ଠାର

ଦେବଦେବ ମହାଦେବ ଭୋଳାଶଙ୍କର

ବଉଳଲୋ

ଆଜି ପରା ମହାଶିବରାତ୍ରି ଜାଗର । 


ଘିଅଦୀପ ସାଥେ ନେବା ବେଲପତର

ଦୀପ ଲଗାଇ ବସିବା ରାତି ଉଜାଗର

ଶମ୍ଭୁ ଦୟାକଲେ ଦୁଃଖକେତେମାତର 

ବଉଳଲୋ

ଆଜିପରା ମହାଶିବରାତ୍ରି ଜାଗର

ମହାଦୀପ ଉଠିବଲୋ ରାତିଦୁଇପ୍ରହର

 ପ୍ରସାଦ ଖାଇ ସକାଳୁ ଫେରିବା ଘର

ଆଜି ମହାଶିବରାତ୍ରି ପୂଜିବା ହର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action