Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ଚୁପି ଚୁପି କଥା

ଚୁପି ଚୁପି କଥା

1 min
175


ଚୁପି ଚୁପି କଥା ଲାଗେ କେତେ ମିଠା

ଯେବେ ଯେବେ କୁହାଯାଏ

ଦୁଃଖ ଦୁର୍ଘଟଣା ଶୋକ ତାପ ନାଶେ

ଆହା କି ଖୁସି ଯୋଗାଏ ।

ଯେବେ ଯହିଁ ଶୁଣ ପିଲା ଛୁଆ ସ୍ତ୍ରୀ

ପୁରୁଷ ବା ବୁଢ଼ା ବୁଢ଼ୀ

ଚୁପି ଚୁପି କଥା କହି ଖୁସି କରି

ନିଅନ୍ତି ମନକୁ ହରି ।

ପ୍ରିୟା କୁହେ ତା'ର ପ୍ରେମିକ ନିକଟେ

ଚୁପି ଚୁପି କଥା କେତେ

ଅଲୌକିକ ଭାବ ପ୍ରକାଶ କରି ସେ

ପ୍ରେମିକର ମନ ତୋଷେ ।

ପ୍ରେମିକ ସେପରି ପ୍ରେମିକା ପାଖରେ

କହେ ଚୁପି ଚୁପି କଥା

ଶୁଣିବାକୁ ଭଲ ପରାଣ ଉତ୍ଫୁଲ

କରି ନିତି ନାଶେ ବ୍ୟଥା ।

ଅବସାଦ ଭରା ଜୀବନ ଯାତ୍ରାରେ

ଦିଅଇ କେତେ ଆମୋଦ

ଚୁପି ଚୁପି କଥା ଲାଗେ କେତେ ମିଠା

କରେ ଜନ ମନ ବୋଧ ।



Rate this content
Log in

Similar oriya poem from Romance