Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ମହୁମାଛି

ମହୁମାଛି

1 min
160



ଶିଶୁମାନେ ଅଟନ୍ତି ଯେ ବଣ ମଲ୍ଲି ପରି

ଅଜଣା ମୁଲକେ ନିତି କେତେ ଯାନ୍ତି ଝରି ।

ପ୍ରତିଭା ସୌଗନ୍ଧେ ଚିତ୍ତ କରି ଆମୋଦିତ

ହୋଇ ଥାନ୍ତେ ସେହି ମାନେ ଯେ ଭଲ ମଣିଷ ।

ମହୁ ମାଛି ବନେ ବନେ କରିଣ ଭ୍ରମଣ

ଫୁଲେ ଫୁଲେ ବସି ରସ କରେ ଆସ୍ଵ।ଦନ ।

ସେହି ହିଁ ବୁଝଇ ପ୍ରତି ପ୍ରତିଭା ପ୍ରଭାବ

ମଧୁମକ୍ଷୀ ପରି କରି ବଣ ମଲ୍ଲି ଠାବ ।

ଆସ ସବୁ ଶିଶୁଙ୍କର ମନରେ ହରଷ

ଭରି ଦେଇ ତାଙ୍କ ପ୍ରାଣ କରିବା ସରସ ।

ସବୁରି ମୁଖରେ ହସ ଫୁଟେଇବା ଆସ

ମଧୁମକ୍ଷୀ ପରି ଧରି ସଭିଏଁ ସାହସ ।

ମଧୁମକ୍ଷୀ ପରି ରତ ପ୍ରତିଭା ନ୍ଵେଷଣେ

ହୋଇ ଭ୍ରମି ଭ୍ରମି ନାନା ବନ ଉପବନେ ।

ସୁମଧୁରଗୀତି ଗାଇ ଆକର୍ଷିବା ଚିତ୍ତ

ଖୁସି ମୟ ହେବ ଆମ ଜୀବନ ନିୟତ ।

ବଣ ମଲ୍ଲି ପରି ଆଉ ନ ଝଡିବେ କେହି

ସୁରଭିତ ହେବେ ଆମରି ସୌହାର୍ଦ୍ଦ୍ୟ ପାଇଁ ।




Rate this content
Log in

Similar oriya poem from Action