STORYMIRROR

Gangotri Priyadarshini

Action Classics Inspirational

4  

Gangotri Priyadarshini

Action Classics Inspirational

ପୁଣ୍ୟ ନାରୀ ଗାଥା

ପୁଣ୍ୟ ନାରୀ ଗାଥା

1 min
192


ସୀତା ମାତା କଥା ରାମାୟଣରେ

ସବୁ ଶୁଣି ବ୍ୟଥା ହୁଏ ହୃଦୟରେ

ଜନକ ଦୁହିତା ଅପରୂପା ସୁନ୍ଦରୀ

ଶ୍ରୀରାମ ସହିତେ ଅଯୋଧ୍ୟା ଶିରୀ ।।


ଚଉଦ ବରଷ ଗମେ ସ୍ବାମୀ ସଙ୍ଗତେ 

ରାବଣ ହରିଲା ସିତା ପୁଣି ବନସ୍ତେ

କଷଣ ନସରେ ଚଉଦ ବରଷ ଅନ୍ତେ

ପ୍ରଜା ଧିକାରିଲା ଶ୍ରୀରାମଙ୍କ ଅଗ୍ରତେ ।।


ଅଗ୍ନିପରୀକ୍ଷା କୁ ମାତା ସମ୍ମତି ଦେଇ

ଯନ୍ତ୍ରଣା ରେ ଭିଜେ ସତୀ ନୟନ ଦୁଇ

ଗର୍ଭବାସ ପୁଣି ଛଳେ ବନ କୁ ପ୍ରେରଣ

ଋଷି ଆଶ୍ରମରେ ଲବ କୁଶ ଜନ୍ମ ଜାଣ ।।


ପତି ପରିତ୍ୟକ୍ତା କଷ୍ଟ ସଙ୍ଗେ ସନ୍ତାନ ପାଳନ

ଆହାରେ ଦଇବ ଦେଲୁ କି ଘୋର କଷଣ

ପୁତ୍ର ଗାଉଥାନ୍ତି ରାଜ୍ୟେ ଶ୍ରୀରାମଙ୍କ ଗାଥା

ବିଧିର ବିଧାନ କେମନ୍ତେ ହୁଅନ୍ତା ଅନ୍ୟଥା ।।


ସମୟ ର ଚକ୍ର ପ୍ରତି କ୍ଷଣେ ଘୁରୁ ଥାଇ

ଯୁଗ ପରେ ଯୁଗ କାହାଣୀ ଲେଖଇ

ମାତା ସୀତା ଚିର ପତି ପୁଣ୍ୟବ୍ରତା

ପତିଙ୍କ ପରୀକ୍ଷା କେତେ ସେ ସହନ୍ତା ।।


ଉଚିତ ସମୟ ତହୁଁ ହୁଅନ୍ତେ ପ୍ରବେଶ

ଭୁ ମାତା କୋଳେ ଲୋଡିଲେ ଆଶିଷ

ନୟନୁ ଝରାଇ ଅଶ୍ରୁ ମେଲାଣି ମାଗିଲେ

ସତୀ ସୀତା ଧରାଧାମେ ଲୀଳା ରଚିଗଲେ ।।


ରାମାୟଣ ବଖାଣେ ନାରୀ ସହିଷ୍ଣୁତା

କାଳ କାଳ ସହୁଥାଏ ସମ୍ପର୍କ ସତ୍ୟତା

ନାରୀ ପ୍ରାଣ ଚରିତାର୍ଥ ସଂସାର ସେବାରେ

କୋଟି ପ୍ରଣିପାତ ମହିୟସୀ ନାରୀ ଶ୍ରୀପୟରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action