STORYMIRROR

Amit Bal

Abstract Tragedy Action

4  

Amit Bal

Abstract Tragedy Action

(୧୩)#ନିରୁଦ୍ଦିଷ୍ଟ#

(୧୩)#ନିରୁଦ୍ଦିଷ୍ଟ#

1 min
194

ସ୍ବପ୍ନ ଭର୍ତ୍ତି ଆକାଶଟା ଆଜି କାହିଁ ନିରୁଦ୍ଦିଷ୍ଟ ମନେହୁଏ

ନିରୁଦ୍ଦିଷ୍ଟ ମନେହୁଏ ପୁଣି ଫଗୁଣର ଫଗୁବୋଳା ଛୁଆଁ

ଏ ଅଭିଶପ୍ତ ଜୀବନ ଯନ୍ତ୍ରଣା ର ନାହିଁ ଏଠି ଅବସାନ

ମାଡି ଆସିଲାଣି ଅମା ଅନ୍ଧକାର,ଚତୁର୍ଦ୍ଦିଗେ ଖାଲି ଧୂଆଁ


ସତେକି ଜନ୍ମମୃତ୍ୟୁର ମଝିରେ ନିରୁଦ୍ଦିଷ୍ଟ ଜୀବନର ସଂଜ୍ଞା

ତଥାପି ଯୈ।ବନ ଆଲିଙ୍ଗନେ ଭରୁଅଛି ସେ ଶିହରଣ,

ବୟସର ଅପରାହ୍ନେ ଗୋଧୂଳିର ସେ ରଙ୍ଗୀନ ପ୍ରଲେପ

ହୃଦୟରେ ପୁଣି ଭରିଦେଉଛି ଯାବତୀୟ ଅବୁଝା ପଣ ,


ଭୋକ ଶୋଷ ଲୁହ ହସ ସବୁ ଯେମିତି ଏଠି ନିରୁଦ୍ଦିଷ୍ଟ

ଝୁଲୁଛି କ୍ୟାଲେଣ୍ଡର ଭଳି ଜୀବନର ଆୟୁଷ ଅବଶିଷ୍ଟ

ସଂଦିଗ୍ଧ ସମୟରର ସେଇ ଫର୍ଦ୍ଦ ଫର୍ଦ୍ଦ ସାଦା କାଗଜରେ

ହଁ ନିଷିଦ୍ଧ ନିହତ ସ୍ବପ୍ନର ଅନ୍ଧାରୁଆ କବର ଭିତରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract