ଦୁଃଖ ଚାଙ୍ଗୁଡିରେ ସୁଖର ଜହ୍ନ
ଦୁଃଖ ଚାଙ୍ଗୁଡିରେ ସୁଖର ଜହ୍ନ
ଦୁଃଖ ମୋର ହିତ ସୁଖ ମୋ ଇଜ୍ଜତ
କାହାକୁ ଭାବେନା ପର
ଏକ କୁ ହରାଇ ବୁଝି କି ପାରିବି
ଜୀବନର ଉପକାର ।
ସୁଖର ସାଥି ତ ସଭିଏଁ ହୁଅନ୍ତି
ଦୁଃଖ ପୋଛି ଦିଏ ବନ୍ଧୁ
ଯଦି ଏହି ବେଳେ ସଙ୍ଗ ଦିଏ ପତ୍ନୀ
ଭାଗ୍ୟେ ଉଇଁ ଆସେ ଇନ୍ଦୁ ।
ଦୁଃଖରୁ ସୃଷ୍ଟି ତ ଅଶ୍ରୁଳ ସାଗର
ମନ ଧ୍ୟାନ ଡୁବି ଯାଏ
ଡ଼ୁବୁରି ସାଜିଣ ଯିଏ ରକ୍ଷା କରେ
ପ୍ରକୃତ ପ୍ରିୟ ତ ସିଏ ।
ଦୁଃଖ ସ୍ରୋତେ ଭାସି ଲୋତକ ନଦୀକୁ
ଥରେ ଯଦି କରେ ପାରି
ଅସମ୍ଭବ ବୋଲି କିଛି ତ ରୁହେନା
ଦୁଃଖ ମଣି ମୁକ୍ତା ସରି ।
ଦୁଃଖକୁ ମଣିିିଛି କୁସୁମ ସମାନ
ଗୃହେ ଦୃଶ୍ୟ ହେଉ ଜହ୍ନ
ଜ୍ୟୋତ୍ସ୍ନାମୟ ମନ ଅଳପ ଭୋଜନ
ନିଶ୍ଚିିନ୍ତେ କାଟଇ ଦିିନ ।
ଦୁଃଖର ନିକିତି ଉର୍ଦ୍ଧ୍ବ ନିମ୍ନ ଦେଖି
ବୁଝେ ନା ଗିରି ପରବତ
ଅତିଥି ଚିନ୍ତିଲେ କିଛି କ୍ଷଣ ପରେ
ହୋଇ ଯାଏ ଦୂୂୂରୀଭୂୂତ ।
ଦୁଃଖ ଯେ ଅନ୍ଧାର ନୁହେଁ ସେ ଅସାର
ବୁଝାଏ ସେ ପରିଚୟ
ଘୋର ବିିପଦରୁ ବଞ୍ଚିବା ପାଇଁକି
ଜୀବନେ କରାଏ ଜୟ ।