STORYMIRROR

Samar Ballav Bhoi

Children Stories Action Inspirational

4  

Samar Ballav Bhoi

Children Stories Action Inspirational

ପାହାଡ଼

ପାହାଡ଼

1 min
223


ହେ ପାହାଡ଼ ତୁମେ! ଅଚଳ ଶରୀର 

ଦେଶ ଦେଶେ ତୁମେ ବିରାଟ ପ୍ରାଚୀର

ବହୁ ଦୁରତ୍ଵ ରୁ ଲାଗ ଭାରି ସୁନ୍ଦର।। 


ହେ ପାହାଡ଼ ତୁମେ ! ପଥର ଶରୀର

ଜୀବଜଗତ ପାଇଁ ତୁମେ ଅଟ ଆଦର

ତୁମ ଚେହେରା ଟା ଲାଗେ ସବୁଜ ସୁନ୍ଦର।।


ହେ ପାହାଡ଼ ତୁମେ! ଘଞ୍ଚ ପଥଦ୍ବାର

କେଉଁଠୁ ଆରମ୍ଭ ପୁଣି କେଉଁଠି ଶେଷ

ଚଢ଼ିବା ପାଇଁ ମଣିଷକୁ ଲାଗେ ଅବଶୋଷ।।


ହେ ପାହାଡ଼ ତୁମେ! ଶକ୍ତ ପାଷାଣର

ଅଟଳତା ତୁମ ପ୍ରାକୃତିକ ଭାବ ବନ୍ଧନ

ତୁମଠାରେ ସ୍ଥିରତା ଗୁଣ ଆମର ଚିନ୍ତନ।।


ହେ ପାହାଡ଼ ତୁମେ! ଏକ ଶକ୍ତ ଚଟାଣ

ଭୂକମ୍ପେ ତୁମ ଶରୀରଟା ହୁଏନି କ୍ଷରଣ

ସଦା ତୁମେ ଅଚଳ ଅଟଳ ଭାବେ ଗ୍ରହଣ।।




Rate this content
Log in