Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Abstract Action

4.8  

Lopamudra Parida

Abstract Action

ଯୋଗୀ ଦେହି

ଯୋଗୀ ଦେହି

1 min
255



ଅନୁଦିନ ଅର୍ନ୍ତଚେତନାରେ ଅନୁପ୍ରବେଶର ସତତ ଚେଷ୍ଟା 

ସ୍ଥିତିପ୍ରଜ୍ଞ ଲଲାଟ କେନ୍ଦ୍ରରେ ନୀଳ ଆଭାର ଛିଟା 

ନିମଳିତ ନୟନ, ଉଦିପ୍ତ ଦୃଷ୍ଟି

କୁଣ୍ଡଳିନୀ ସର୍ପର ଅନନ୍ତ ଜନ୍ମର ନିଦ୍ରା 

ଶୟନର ଆକର୍ଷଣ ଓ ଜଡତାକୁ ଭଂଗ କରି

ଅଭୀଷ୍ଟ ଆତ୍ମାର ଅଭିଷେକ 

ନିଶ୍ଚଳ ଶରୀରରେ ସଚଳ ଈଶ୍ବରର ଇଶାରା 

ଅନ୍ବେଷା ଅନ୍ତରର ପାଇବାକୁ ଏକମାତ୍ର 

ମୋର " ଇଷ୍ଟ "ଙ୍କୁ 

ପ୍ରତ୍ୟକ୍ଷ ପ୍ରତ୍ଯୟ ଜୀବନର, ଅନେକ ପ୍ରଶ୍ନ ଅବଲୋକନର

ସମାଜର ସ୍ବୀକୃତି ଏକ ସନ୍ଦିହାନ ସମୟର ।

କେତେ ସତ ପୁଣି କେତେ ମିଛ 

ଚେତନାର ଅସୀମ ଉର୍ଦ୍ଧ୍ଵରେ 

ଶ୍ବେତ ପଦ୍ମର ଅମୃତ ଧାରାରେ ପ୍ଳାବିତ 

ମୋ "ଇଷ୍ଟ "

ଅଧାବୁଜା ଆଖିର ସୀମା ସେପାରେ 

ଅଦୃଷ୍ଟରେ ପ୍ରତୀୟମାନ 

ଅଦୃଷ୍ଟରେ

ଅନୁଦିନ ଅର୍ନ୍ତଚେତନାରେ ଅନୁକ୍ଷଣ ଅନ୍ବେଷଣ 

ଅହରହ ଚେଷ୍ଟା .......ଅନୁପ୍ରବେଶର 

ଅଦୃଷ୍ଟକୁ 

ମୁଁ ଯୋଗୀ ।।



Rate this content
Log in

Similar oriya poem from Abstract