STORYMIRROR

pranati Mahapatra

Action Inspirational

4  

pranati Mahapatra

Action Inspirational

ମନ ଯେ ଉଛନ୍ନ

ମନ ଯେ ଉଛନ୍ନ

1 min
226


କାହିଁ ଗଲେ କଳାକାହ୍ନୁ

ଦିଶୁ ନାହିଁ ବଦନ,

ଶ୍ରୀମୁଖ ଦେଖିବାକୁ ମୋ

ମନ ଯେ ଉଛନ୍ନ।


କାହିଁ କେତେଦିନ ହେଲା

ମୁଁ ଚାହିଁ ବସିଛି,

ପଚାରିବି କେତେକଥା

ବସି ତ ଭାବୁଛି।


ଯିବା ପାଇଁ ତୋ ପାଖକୁ

ପାଦ ବଢେ ଆଗକୁ,

ଗରିବ ଟଙ୍କା ଟେ ନାହିଁ

ଟଙ୍କା ଦେ ମୋ ହାତକୁ।


ତୋତେ ଦେଖିବାକୁ ଗଲେ

ଲାଗଇ ରେ ଅର୍ଥ,

ସଭିଏଁ କରନ୍ତି କିଛି

ରଖି ନିଜ ସ୍ଵାର୍ଥ।


ଜାଣିଛି ତୋ ସ୍ଵାର୍ଥ ଅଛି

ମୋ ଠାରେ କାଳିଆ,

ମୋ ହାତ ଦୟଣାମାଳ

ନେଉନୁ ତୁ କିଆଁ।


ଆ ରେ କଳାକାହ୍ନୁ ମୋ 

ବଡ଼ଦାଣ୍ଡେ ଥରେ,

ଚାତକ ପରି ଭକ୍ତକୁ

ଦର୍ଶନ ଦେ ବାରେ।


ଶୁଭୁ ନାହିଁ କି କାନକୁ

ଭକ୍ତ ନିବେଦନ,

ତୋ ନାମ ଭଜେ କେମିତି

ଭକ୍ତ ପ୍ରତିକ୍ଷଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action