STORYMIRROR

Gangotri Priyadarshini

Action Classics Inspirational

4  

Gangotri Priyadarshini

Action Classics Inspirational

ଧନ୍ୟ ଏ ମଣିଷ

ଧନ୍ୟ ଏ ମଣିଷ

1 min
264


ଏ ମଣିଷ ଜାତି କରଇ ଉନ୍ନତି

ନିଜ କର୍ମ ସାଧନାରେ ହୋଇଥାଏ ବ୍ରତୀ ।।


ଜନ୍ମ ରୁ ମରଣ ଅବା ରାତି ଦିନ

ଈଶ୍ୱର ବିଶ୍ୱାସେ ରଖିଥାଏ ମନ ।।


ମୁଖେ ରଖିଥାଏ ମଧୁର ବଚନ

ହରିନିଏ ମନୁ କେତେ ଯେ କଷଣ ।।


ସବୁରି ମନୁଷ୍ୟେ ବିଶ୍ୱାସ ରଖଇ

ସାରା ବିଶ୍ୱପ୍ରାଣ ନିଜର ମଣଇ ।।


ପୂର୍ବ ପୁରୁଷଙ୍କ ନୀତି ଆଦର୍ଶରେ

ଜୀବ ଯିଏ ନର ଏ ଧରା ଧାମରେ ।।


ଈଶ ପଦେ ଲୟ ବିପଦେ ସାହସ

ପ୍ରେମ ବାରି ଢାଳି ଦିଏ ଜୀବନ୍ୟାସ ।।


ସୃଷ୍ଟି ର ମହତ୍ୱ ସର୍ବପ୍ରାଣ ସାଥେ

ବାଚ୍ଛ ବିଚାର କେବେ ନ ରହୁ ଜଗତେ ।।


ଭକ୍ତି ଅନ୍ତର ରେ କରୁଣା ଲଭଇ

ସ୍ନେହ ସଦିଚ୍ଛା ରେ ଦେଶ ମାତୃକା ସେବଇ ।। 


ଧନ୍ୟ ଏଇ ସୃଷ୍ଟି ଧନ୍ୟ ଏ ମଣିଷ

ଧନ୍ୟ ତା ଜୀବନ ସୁନ୍ଦର ସରସ ।।



 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action