STORYMIRROR

Chittaranjan Nanda

Action

3  

Chittaranjan Nanda

Action

କିଏ ବୁଝିଛି ଶ୍ରମିକର ଯନ୍ତ୍କଣା

କିଏ ବୁଝିଛି ଶ୍ରମିକର ଯନ୍ତ୍କଣା

1 min
203


ହେ ସର୍ଜନାକାରୀ, ସୁଦକ୍ଷ ବିନ୍ଧାଣି ମୋର 

ଯେତେ ଶ୍ରମିକ ଭଉଣୀ ଭାଇ

ଗଢ଼ିଛ ବିଶ୍ୱବ୍ରହ୍ମାଣ୍ଡର ସମସ୍ତ କାରୁକାର୍ଯ୍ଯ,

ଯାହା ଚିତ୍ତକୁ ନିଏ ଚୋରାଇ ।


ତୁମର ସୁକ୍ଷ୍ମ କଳା ଭାସ୍କର୍ଯ୍ୟ ସ୍ଥାପତ୍ୟରେ 

ଝଲ୍ଲସେ ଏହି ତ୍ରିଭୁବନ 

ତୁମ୍ଭ ଶ୍ରମ କର୍ମ କୌଶଳ ନିପୁଣତାରେ

ମୁଗ୍ଧ ଜଗତ ଜାକର ଜନ ।


ଗୀର୍ଜା ମସଜିଦ ମନ୍ଦିର ହେଉ, ସବୁଠାରେ 

ସବୁଠି ତୁମ କାଉଁରୀ ସ୍ପର୍ଶ

ତୁମରି ତୂଳୀରେ କେତେ କମନୀୟ ଭାବ 

ଫୁଟି, ଉଜ୍ଜ୍ବଳିତ ହୋଇଛି ବିଶ୍ବ ।


ସୌନ୍ଦର୍ଯ୍ୟମୟ ଶୀଳାର କୋଣାର୍କ ତୁମେ ଗଢି

ଅଛ ନିହାଣ ମୁଗୁର ମୁନରେ

ଏ ସମାଜ ଖାଲି ଶୋଷଣ, ଅତ୍ୟାଚାର,ଯାତନା 

ଓ ଲାଞ୍ଛନା ଦେଇଅଛିରେ।


କୋଣାର୍କ ଗଢିବାକୁ ବାର ଶହ ବଢେଇଙ୍କ ଦାନ

ଇତିହାସ କଅଣ ମନେ ପକାଏ

ତାଜମହଲର କଳା ସଂସ୍କୃତିରେ ତୁମ ପରିଚୟ

ହେ ବିନ୍ଧାଣି, କେହି କଅଣ ଦେଉଥାଏ।


ରାଜା ରାଣୀ ଅବା ଶାସକ ଗୋଷ୍ଠୀ ବଜାନ୍ତି ତାଂକର

ଡିଣ୍ଡିମ ଖାଲି ତୁମରି ଶ୍ରମେ

କିଏ ବୁଝିଛି ତୁମର ଅସହ୍ୟ ବ୍ୟଥା ଜୀବନର ଅକୁହା 

କଥା, ହୋଇଛ ଦଗ୍ଧ ତୁମେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action