ଉଡିବାକୁ ଦିଅ
ଉଡିବାକୁ ଦିଅ
ଉଡିବାକୁ ଦିଅ ମୋତେ ଅନୁମତି ବାରେ
ଡେଣା ମେଲି ଯିବି ଉଡି ଦୂର ନୀଳ ଗଗନରେ
ଦେଖିବି ପରଦେଶ ଦୁନିଆ ବେଭାର
ପ୍ରକୃତିର ସୁଷମାରେ ମୁଁ ହୋଇବି ବିଭୋର।
କେତେ ଦିନ ଆଉ ଏମିତି କୂପମଣ୍ଡୁକ ସମ
ଘୁରି ବୁଲୁଥିବି ଆପଣାର ସୀମିତ ପରିଧିରେ
ସବୁ ଜାଣିଛି ବୋଲି ଜୀଉଁଥିବି ତୁଛାକୁ ଗର୍ବରେ
ବାରେ ପରଖିବାକୁ ଚାହେଁ ଆପଣାକୁ ବିଶ୍ବ ସ୍ତରରେ।
ଚିନ୍ତା କର ନାହିଁ ମୋ ଉଡାଣକୁ ନେଇ
ପାରିବି ଉଡି ମୁହିଁ ଦୂର ଉଚ୍ଚ ଗଗନରେ
ରଚିବି ନୀଡ଼ଟିଏ ଗଢିବି ସ୍ବକୀୟ ପରିଚୟ
ଆପଣାର ଶକ୍ତି ସାମର୍ଥ୍ୟ ଅଧ୍ୟବସାୟରେ।
ଏଇ ମାଟି ତ ମୋର ଅତି ଆପଣାର
ଅନାଗତ ଭବିଷ୍ଯ ପାଇଁ କାଇଁ ଚିନ୍ତା କର
ନ ଫେରିଲେ କେବେ କରିବନି ମନ ଉଣା
ଯେଉଁଠି ଥିଲେ ବି ମୁଁ ଏକା ତୁମର।