STORYMIRROR

Sambit Srikumar

Action Classics Inspirational

3  

Sambit Srikumar

Action Classics Inspirational

ଉଡିବାକୁ ଦିଅ

ଉଡିବାକୁ ଦିଅ

1 min
260


ଉଡିବାକୁ ଦିଅ ମୋତେ ଅନୁମତି ବାରେ

ଡେଣା ମେଲି ଯିବି ଉଡି ଦୂର ନୀଳ ଗଗନରେ

ଦେଖିବି ପରଦେଶ ଦୁନିଆ ବେଭାର

ପ୍ରକୃତିର ସୁଷମାରେ ମୁଁ ହୋଇବି ବିଭୋର।


କେତେ ଦିନ ଆଉ ଏମିତି କୂପମଣ୍ଡୁକ ସମ

ଘୁରି ବୁଲୁଥିବି ଆପଣାର ସୀମିତ ପରିଧିରେ

ସବୁ ଜାଣିଛି ବୋଲି ଜୀଉଁଥିବି ତୁଛାକୁ ଗର୍ବରେ

ବାରେ ପରଖିବାକୁ ଚାହେଁ ଆପଣାକୁ ବିଶ୍ବ ସ୍ତରରେ।


ଚିନ୍ତା କର ନାହିଁ ମୋ ଉଡାଣକୁ ନେଇ

ପାରିବି ଉଡି ମୁହିଁ ଦୂର ଉଚ୍ଚ ଗଗନରେ

ରଚିବି ନୀଡ଼ଟିଏ ଗଢିବି ସ୍ବକୀୟ ପରିଚୟ

ଆପଣାର ଶକ୍ତି ସାମର୍ଥ୍ୟ ଅଧ୍ୟବସାୟରେ।


ଏଇ ମାଟି ତ ମୋର ଅତି ଆପଣାର

ଅନାଗତ ଭବିଷ୍ଯ ପାଇଁ କାଇଁ ଚିନ୍ତା କର

ନ ଫେରିଲେ କେବେ କରିବନି ମନ ଉଣା

ଯେଉଁଠି ଥିଲେ ବି ମୁଁ ଏକା ତୁମର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action