STORYMIRROR

Ch Loknath Reddy

Action Inspirational Children

3  

Ch Loknath Reddy

Action Inspirational Children

ବାପାମାଆଙ୍କ ଅବଦାନ

ବାପାମାଆଙ୍କ ଅବଦାନ

1 min
376


ବାପାମାଆ ଆମ ଚଳନ୍ତି ଠାକୁର

ତାଙ୍କପରି ହେବ କିଏ?

ତାଙ୍କରି ପାଦପେ ଥାଏ ଚତୁର୍ଦ୍ଧାମ

ତାଙ୍କ ବିନା ବଡ଼ କିଏ?

ସଂସାର ସାଗର ମାୟାବୀର ଘର

ଦୁଃଖ କଷ୍ଟ ଏଠି ଅଛି

ଅଛି ସୁଖ ତାହା ପିତାମାତା ସେବା

ମନେରଖ ମନୁ ସୂଚି |

ବାପା ପରି କିଏ ଦୟାଵାନ ହେବ

ବାପା ପରା ଦୟାନିଧି

ମାଆ ପରି କିଏ ସେନେହ ବାଣ୍ଟିବ

ମାଆ ପରା ସ୍ନେହ ନଦୀ |

ଗୁରୁ ବ୍ରହ୍ମା ବାପା ଗୁରୁ ବିଷ୍ଣୁ ବାପା

ବାପା ଅଟେ ମହେଶ୍ୱର

ତେତିଶି କୋଅଟି ହିନ୍ଦୁ ଦେବତାରେ

ବାପା ଅଟେ ଅଧୀଶ୍ୱର |

ମାଆ ପୁଣ୍ୟବତୀ ମାଆ କୃପାବତୀ

ମାଆ ଅଟେ ଦୟାଵାରି

ମାଆ ବୀଣାପାଣି ମାଆ ମହାଲକ୍ଷ୍ମୀ

ମାଆ ଅଟେ ମହେଶ୍ୱରୀ |

ଏ ମାୟା ସଂସାର ଅଢେଇ ଦିନିଆ

କେହି ନ ହୋଇବେ ତୋ'ର

ବାପା ମାଆ ଦୁହେଁ ଜୀବନର ସାଥି

ଜାଣିରଖ ଆହେ ନର!!!!!!!!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action