STORYMIRROR

Chittaranjan Nanda

Action Inspirational Others

4  

Chittaranjan Nanda

Action Inspirational Others

ଗତି କରିବା ସମ୍ପର୍କର ହାତ ଧରି

ଗତି କରିବା ସମ୍ପର୍କର ହାତ ଧରି

1 min
370

ବାନ୍ଧିଛି ପାଦରେ ଘୁଙ୍ଗୁର ଏଇ ସଂସାରରୂପୀ 

ନାଟ ମଣ୍ଡପରେ ଜନମ ହୋଇ

ସମୟ ସହ ତାଳ ଦେଇ, ମୁହିଁ ନାଚୁଛି ନାଚିବି, 

ମୋର ତ ଅନ୍ୟ ଗତି ନାହିଁ ।


ନାଚି ନାଚି ମୁହିଁ ଥକି ଗଲେ, ମୋ ଧୈର୍ଯ୍ୟ ଦେଇ 

ଥାଏ ମୋତେ ନୂଆ ବଳ ଓ ସାହାସ

ପାଦର ଘୁଙ୍ଗୁରର ମଧୁର ରୁଣୁ ଝୁଣୁ ସ୍ୱର କେବେ କେବେ 

ଦିଏ ମୋତେ ବଡ ଆନନ୍ଦର ରସ ।


ଶୁଣି ଲୋଭ ମୋହରୂପୀ ବଇଁଶୀର ସ୍ୱର ଅଧିର 

ହୁଏ ମୋର ଏ ମନ ବୃନ୍ଦାବନ 

ଚେଷ୍ଟାରତ ମୁହିଁ କିପରି ଛନ୍ଦ, ମାୟା, କପଟ ନରଖିବ 

କେବେ ମୋର ହୃଦୟ ବନ ।


ଦିଏ ନାହିଁ ଦୁଃଖ କାହାକୁ କେବେବି ଯେବେ ନିରୀହ 

ଶାନ୍ତ ସରଳ ପ୍ରତିମାର ମୂରତି ହେଲେ 

ପାଦରେ ନ ଲାଗୁ କାହାର କଣ୍ଟାର ଆଘାତ, ସମସ୍ତଂକ

ଚଲାପଥ ସଦା ହେଉ କୁସୁମିତ ଭାଳେ ।


ଅମାନୁଷିକ ଲୋକ ଧର୍ମ ନାମେ ମତାନ୍ଧ ଧର୍ମାନ୍ଧ ହୋଇ 

ଉଜାଡନ୍ତି ଗାଁ ଅବା ସହରର ଶାନ୍ତ ପରିବେଶ 

ଶାନ୍ତିର ସଂଗ୍ରାମ ଫଳବତୀ ହୁଏନା ଯେହେତୁ ଚେଇଁ 

ଶୋଇ ରହିଛେ ଆମେ ଅଧିକାଂଶ ମଣିଷ ।


ମଣିଷ ଯେବେ ସବୁ ସମ୍ପର୍କର ହାତ ଧରି କାମ କରି 

ଚାଲେ ନିଷ୍ଠାବାନ ଦୟାବାନ ହୋଇ 

ପରକୁ କରେ ସେ ଆପଣା ନିଜର, କିଣିଥାଏ ସଭିଙ୍କ ମନ

ସମାଜରୁ ଅଶାନ୍ତିକୁ ଦିଏ ଦୂରେଇ ।


Rate this content
Log in

Similar oriya poem from Action