STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଋତୁରାଜ ବସନ୍ତ

ଋତୁରାଜ ବସନ୍ତ

1 min
404


ବହୁଛି ମଳୟ   ମନ୍ଦ ମନ୍ଦ ହୋଇ

        ପ୍ରାଣ ହୁଏ ପୁଲକିତ

ପକ୍ଷୀ କଳରବ   ଆମ୍ବ୍ରମଞ୍ଜରୀର

       ବାସନା ଯେ ଶିହରିତ।


ଯଅ ଓ ଗହମ     କୋମଳ କେଣ୍ଡାକୁ

       ଇଶ୍ୱରଙ୍କୁ ସମର୍ପିତ

ବ୍ରଜ ନଗରରେ     ବସନ୍ତ ଉତ୍ସବ

        ସ୍ଵତନ୍ତ୍ର ଭାବେ ପାଳିତ।


ଦେବୀ ସରସ୍ଵତୀ    ପୂଜିତ ହୁଅନ୍ତି

          ମାଘ ମାସ ପଞ୍ଚମୀରେ

ପ୍ରକୃତି ନର୍ତ୍ତନ୍     ଗାୟନ କୀର୍ତ୍ତନ

         ଚାଲି ଥାଏ ବସନ୍ତରେ।


ପୃଥିବୀ ର କେଉଁ   ଦେଶରେ ନଥାଏ

         ଛଅ ଋତୁ ପରିକ୍ରମା

ଋତୁରାଜ ଏଠି    ବସନ୍ତ ସାଜିଛି

         ପରିବେଶ ମହାତମା।


କୋଇଲିର କୁହୁ     ସ୍ଵର ଭଲ ଲାଗେ

          ଯୌବନ ଭାଙ୍ଗେ ଲହଡ଼ି

ବୃଦ୍ଧ ମନେ ଆସେ     ଯୁବ ଚପଳତା 

          ଆଳସ୍ୟ ଯାଆଇ ଛାଡି।


ମୋ ଦେଶ ଭାରତ   ଋତୁରାଜ ପାଇଁ

          କେତେ ଶୁଚିବନ୍ତ ସତେ

ଆସ ମିଳିମିଶି      ପ୍ରକୃତି ପାଇଁକି

         ଗାଇବା ସଂଗୀତ କେତେ।


ଆମରି ସଙ୍ଗୀତ     ବୃକ୍ଷ ଟିଏ ହୋଇ

         ଗୋଟିଏ ରୁ ସହସ୍ରରେ

ସବୁଜ ବନାନୀ     ସୃଷ୍ଟି କରି କରି

         ଝୁମୁ ଥାଉ ବସନ୍ତରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action