STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

କାରଗିଲ ଶହୀଦ ସ୍ମରଣେ

କାରଗିଲ ଶହୀଦ ସ୍ମରଣେ

1 min
382

  

 ପ୍ରଣତି ଘେନ ହେ    ମୋ ଦେଶ ସୈନିକ

       ଦେଶ ପାଇଁ ପ୍ରାଣ ଦେଇ

କାରଗିଲ ବିଜୟ   କରିଛ ସାକାର

       ତୁମ ତ୍ୟାଗ କାଳଜୟୀ ।


ତୁମ ବଳିଦାନ    ନ ହୋଇବ ବ୍ୟର୍ଥ

      ପୁଣ୍ୟ ଭୂମି ଏଇ ଦେଶେ

ଦେଶର ଜନତା  ଝୁରନ୍ତି ସକଳ

       ଆଜି ବିଜୟ ଦିବସେ ।


ଆମରି ଏକତା   ଜାତୀୟ ସଂହନ୍ତି

        ତୁମ ପାଇଁ ବଳିୟାନ

ଅରାତିକୁ ଦର୍ପେ   ଦଳି ଦେଇ ସର୍ବେ

        ହୋଇଛ କେଡେ ମହାନ ।


ଜୟ ଯବାନର   ନାରା ଯାହା ଥିଲା

      କରି ଅଛ ଯେ ସଂପୁର୍ଣ

ଅଖଣ୍ଡ ଭାରତ    ତୁମ ନାମ ଘୋଷେ

       ତୁମ ପାଖରେ ନମନ ।


ତୁମର ପ୍ରେରଣା    ତୁମ ଦେଶ ପ୍ରେମ

       ଚିର ଦିନ ଗରୀୟାନ

କାଳ କାଳ ପାଇଁ     ରହିବ ସ୍ମରଣେ

      ଘେନ ହେ ଆମ ପ୍ରଣାମ

   

   


Rate this content
Log in

Similar oriya poem from Action