STORYMIRROR

Lokanath Rath

Action Classics Inspirational

3  

Lokanath Rath

Action Classics Inspirational

ଜୀବନର କେତେ କେତେ ରଙ୍ଗ

ଜୀବନର କେତେ କେତେ ରଙ୍ଗ

1 min
327


ବଡ଼ ଆଶ୍ଚର୍ଯ୍ୟ ଲାଗେ ଦେଖି ଆଜି

ଜୀବନର କେତେ କେତେ ରଙ୍ଗ 

ଲାଗେ ସତେ ଯେମିତି ପ୍ରକୃତି ସଙ୍ଗେ

ତାଳ ଦେଇ ଚାଲିଛି 

କେତେବେଳେ ରୌଦ୍ର ପରି ଯନ୍ତ୍ରଣାରେ

ଶୁଖି ଯାଉଛି 

ଶୁଖି ଯାଇ ମନ ଓ ହୃଦୟର ସ୍ବପ୍ନ କୁ

ଝଡି ଯିବାକୁ ଦେଉଛି 

ଲାଗୁଛି ଯେମିତି ଥୁଣ୍ଟା ଶୁଷ୍କ ଗଛ ପରି

ବଞ୍ଚି ରହିଛି 

ଆଉ ଅପେକ୍ଷା କରିଛି

ଉତ୍କଣ୍ଠାର ସହିତ 

ଶ୍ରାବଣର ଟୁପୁ ଟୁପୁ ବର୍ଷା ପରି

ପାଇବ କାହାର ପରସ 

ସେହି ପରସ ରେ ତାର ଯନ୍ତ୍ରଣାର ଅଗ୍ନି

ହେବ ନିର୍ବାପିତ 

ସେହି ଶୀତଳ କୋମଳ ସ୍ପର୍ଶରେ

ତାର ସେହି ଥୁଣ୍ଟା ଗଛ ପରି ଜୀବନରେ 

ଭରିବ ନୂତନ ପତ୍ର ପରି ନୂଆ ନୂଆ ସ୍ବପ୍ନ 

ସେହି ସ୍ବପ୍ନ ଅପେକ୍ଷା କରିବ ଆଉ କିଛି ଦିନ |

ଶରତ ର ଆଗମନରେ ଯେପରି

ସ୍ୱାଗତ ହୁଏ ଏହି ଧରା ପୃଷ୍ଠେ 

ଧର୍ମ, ସତ୍ୟ, ପୁଣ୍ୟ ଆଉ ହର୍ଷ ଓ ଉଲ୍ଲାସର

ସିଏ ବି କରିବ ସ୍ୱାଗତ ବଡ଼ ଆଦର ଓ

ଉତ୍କଣ୍ଠାର ସହିତ 

ସେହି ଆନନ୍ଦରେ ଭରିଦେବ

ଶିଶିର ଓ ହେମନ୍ତ 

କିଛି ନୂଆ ନୂଆ ରଙ୍ଗ ରୂପ ତା ମଧ୍ୟରେ 

ଆଉ ଆଖିଠାର ମାରି କହିବ

ଟିକେ ଅପେକ୍ଷା କର 

ଯେମିତି ଏହି ଧରଣୀ ରାଣୀ

ଏବେ ସଜ ହୋଇ ରହିଛି 

ଚାହିଁଛି କେବେ ଆସିବ ପ୍ରକୃତି

ପୁଣି ବସନ୍ତକୁ ନେଇ 

ଆଉ ତୋତେ ବି ସଜାଇ ହଜାଇ ଦେବ

ତାର ରଙ୍ଗ ବେରଙ୍ଗରେ 

ତୋତେ ଦେଖି କହିବେ ସମସ୍ତେ,

ଦେଖ ଜୀବନର କେତେ କେତେ ରଙ୍ଗ|

ତେବେ ପୁଣି ଲାଗିବ ପ୍ରେମର ମୃଦୁ ପରସ 

ହସି ହସି ପିଇ ଯିବ ସେହି ମଧୁରସ 

କେବେ ମତୁଆଲା ହୋଇ ଝୁମି ଝୁମି ନାଚିବ 

କେବେ ନାଚି ନାଚି ନିଜକୁ ସ୍ୱପ୍ନରେ ଢାଙ୍କିବ 

ଆଉ କେବେ ସେହି ପ୍ରୀତିକୁ

ସରଗର ପଣତରେ ଲୁଚାଇ ଦେବ 

ଆଉ କେବେ କିଛି ତାକୁ ଏକ

ସମ୍ପର୍କର ନାମ ଦେବ 

ଏହି ଦୁନିଆରେ ପୁଣି ତାର

ଏକ ପରିଚୟ ହେବ 

ସେହି ପରିଚୟ ପତ୍ର ପୁଷ୍ପ ଭରା

ବୃକ୍ଷ ପରି କେତେ ସୁନ୍ଦର ଲାଗିବ 

ଆଉ ତାହାରି ଛାୟାରେ କେତେ ପଥହରା

ପଥିକ ଙ୍କୁ ଆଶ୍ରୟ ଦେବ 

ତେବେ ସବୁ ଅପେକ୍ଷାର ହେବ ଶେଷ 

ସବୁ ଯନ୍ତ୍ରଣା ହୋଇଯିବ ସାଙ୍ଗ 

ଦୁନିଆ ଦେଖିବ ଜୀବନର

କେତେ କେତେ ରଙ୍ଗ |


Rate this content
Log in

Similar oriya poem from Action