STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ସଂପର୍କ ଏଠି

ସଂପର୍କ ଏଠି

1 min
279

ସଂପର୍କ ଏଠି ପ୍ରେମର ସୂତା ଖିଅରେ ବନ୍ଧା

ସାମାନ୍ୟ ନେଲେ ଭିଡି଼ ଯାଏ ସେ ଛିଡି଼

ଲାଗେ କୁହୁକର ପେଡି଼ ଯାଦୁର ଛଡି଼

ପ୍ରଥମେ ପ୍ରଥମେ ଆକର୍ଷି ନିଏ

ଚୁମ୍ବକରେ ଲୁହାଖଣ୍ଡ ପରି ଯାଏ ଯୋଡି଼

କ୍ଷୀର ନୀର ମିଶ୍ରଣର ଥାଇ ନିବିଡ଼ତା 

ଅଲଗା ହେବା ଲାଗୁଥିଲେ ବି ଅସମ୍ଭବ

ହଠାତ କେତେବେଳେ ସେ

ଭାଙ୍ଗିଯାଏ ଗାଢ଼ ନିଦ୍ରାର ମଧୁର ସ୍ଵପ୍ନ ଭଳି

ଖୋଜିଲେ ମିଳେନା ତାର ଅସ୍ତିତ୍ବ

ସବୁ ଅଚାନକ ଯାଏ ବିଗିଡି଼

ସଂପର୍କ ଏଠି ପାଣିର ଗାର ଧୂଆଁଧାର

ନିମିଷକେ ହଜିଯାଏ ଠିକଣା ତାର

ଯେତେ ସ୍ମୃତି ଥାଉ ଅଭୁଲା କି ଅପାଶୋରା

ଉଡ଼ନ୍ତା ଚଢେଇ ପରି ଉଡି଼ଯାନ୍ତି

ପୋଷା ମାନନ୍ତିନି ଦିଅନ୍ତିନି ସହଜେ ଧରା

ଏଠି କିଏ କାହାର ହୁଏ ସାହାରା

ଛାଡି଼ ଦେଇ ଜଣେ ଜଣକୁ ଚାଲିଯାଏ

ପିଠିରେ ପଡି଼ଲେ ଟିକିଏ ଖରା

କେହି ହୁଅନ୍ତିନି କାହାରି ବୋଲକରା 

ମନ ମଳିନ ପଡେ ହୃଦୟେ ଆବିଳ ଭରା

କରି ହୁଏନା ତାକୁ ସଫାସୁତୁରା

ସଂପର୍କ ଏଠି ସ୍ବାର୍ଥରେ ବଶ କୁଟିଳ ହସ

ନିରୁଦ୍ଦିଷ୍ଟ ହୁଅନ୍ତି ଭରସା ବିଶ୍ଵାସ

ଆଶା ଆକାଂକ୍ଷା ଆକାଶର ଭସା ବାଦଲ

ବରଷେ ନାହିଁ ଖାଲି ବହେ ବତାସ

ଭାଗ୍ୟକୁ ନିନ୍ଦି ଅନ୍ୟକୁ ଦିଆହୁଏ ଦୋଷ

ନିଜ ଉପରେ ରହେନା ନିଜର ବିଶ୍ବାସ

କାମନା ସରୁଛି ନା ହେଉଛି ଦୁଃଖର ବିନାଶ

ସବୁ ଧିରେ ଧିରେ ହୋଇଯାଏ ଶେଷ 

ରହିଯାନ୍ତି ଅଶାନ୍ତି ଅସନ୍ତୋଷ ଅବଶୋଷ

ହୁଏ ଯିଏ ଶାନ୍ତ ସରଳ ନମ୍ର ଭଦ୍ର ମଣିଷ

ବୁଝେ ଯଦି ସଂପର୍କ ଏଠି କେବଳ ବିଶ୍ଵାସ

ସେବା ତ୍ୟାଗ ହୁଏ ତାର ନିଶ୍ଵାସ ପ୍ରଶ୍ଵାସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract