STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

କ୍ଷମା

କ୍ଷମା

1 min
253

ଗୋଟିଏ ବି ଆଦେଶ ପାଳିନି

ଛୋଟ ନିର୍ଦ୍ଦେଶଟିଏ ବି ମାନିନି

କର୍ତ୍ତବ୍ଯଠୁ ଅନେକ ଦୂରରେ ମୁହିଁ

ପିତାଙ୍କୁ ସୁଖଟିକେ ଦେଇପାରିନି

ଭଉଣୀକି ରକ୍ଷା କରିପାରିନି

ମା' ଲୁହକୁ ପୋଛିପାରିନି କେବେ

ଦେଲେ ଦିଅ ଶାସ୍ତି, ଦେଲେ ଦିଅ ଦଣ୍ଡ

ଅବା ଈଶ୍ବର ହେ ମୋତେ କ୍ଷମାଦିଅ ।


ସମ୍ପୂର୍ଣ୍ଣ ସାମାଜିକ ହୋଇ ମୁଁ ପାରିନି

ତୁମ ମନ୍ଦିରକୁ କେବେ ବି ଯାଉନି

ଉପଯୁକ୍ତ ବନ୍ଧୁଟିଏ ହୋଇପାରିନି

କାହା ଉପକାରରେ ଆସିନି

କେବେ ସହଯୋଗର ହାତ ବଢାଇନି

ସମୟକୁ ବୁଝିନି, ତାକୁ ସମ୍ମାନ ଦେଇନି 

ଦେଲେ ଦିଅ ମରଣ, ଦେଲେ ଦିଅ ମୁକ୍ତି

ଅବା ଈଶ୍ବର ହେ ମୋତେ କ୍ଷମାଦିଅ ।


ଜୀବନକୁ ଯେତେ ବୁଝିଲେ ବି

ବୁଦ୍ଧି ମୋର ମୁଣ୍ଡେ ଏବେ ବି ପଶିନି

ପାପୀ ମୁହିଁ ଟିକେ କେବେ ପୂଣ୍ୟ କରନି

ଅବହେଳାରେ କାଟିଛି ସମୟ 

ସମ୍ପର୍କକୁ ସମ୍ପୂର୍ଣ୍ଣ ବୁଝିନି

ନିଜେ ମୁରୁଖ କି ଶିକ୍ଷିତ ତା ବି ଜାଣିନି

କରିଦିଅ ମୁଣ୍ଡକାଟ ଓ ଫେରାଇ ନିଅ ନିଶ୍ୱାସ

ଅବା ଈଶ୍ବର ହେ ମୋତେ କ୍ଷମାଦିଅ ।


ପ୍ରତିଶ୍ରୁତି ରଖି ମୁଁ ପାରିନି

ପରିବାରରେ କେବେ ହସ ଫୁଟାଇନି

କାନ୍ଦି କାନ୍ଦି ସଭିଙ୍କୁ କନ୍ଦାଉଥାଏ ମୁହିଁ

ମୋତେ ଲାଗେ ମୁଁ ମାଟିକୁ ଚିହ୍ନିନି

ପ୍ରକୃତିକୁ ପାଖରୁ କେବେ ଦେଖିନି

ଡ଼ାକିନିଅ, କରିଦିଅ ଶେଷ ଏ ଶରୀର

ଅବା ଈଶ୍ବର ହେ ମୋତେ କ୍ଷମାଦିଅ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract