Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Abstract Action Inspirational

4.7  

Chinmaya Nayak

Abstract Action Inspirational

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
378


    ସରକାର ଆଣେ ବିଭିନ୍ନ ଯୋଜନା

       ଖାଲି ଧର୍ମକୁ ଆଖି ଠାର,

     ଶିଶୁ ଆଜି ଏଠି ସର୍ବସ୍ଵ ହରାଇ

       ଅବହେଳାର ସେ ଶିକାର l


     ଆକାଶ ପରିତ ନିଷ୍ପାପ ଶିଶୁଟି

       ଲିଭି ନାହିଁ ତା'ର ଚମକ, 

   ଗରିବ ପଞ୍ଜୁରୀରେ ବନ୍ଦୀ, ଭାଗ୍ୟକୁ ନିନ୍ଦି

     ସାଜିଛି ଆଜି ସେ " ଶିଶୁ ଶ୍ରମିକ " l


     ହସିବା ଖେଳିବା ବୟସରେ ଆଜି 

  ଖେଳି ଜାଣେ ଖରା, ବର୍ଷା, ଶୀତର ଖେଳ 

  ତେଲ ଟିକେ ବାଜେ ନାହିଁ ଅଲରା ଚୁଟିରେ 

  ବୋହିଯାଏ ପଥୁରିଆ ମୁଣ୍ଡର ଖାରିଆ ଝାଳ l


      ନିରୁତ୍ସାହ ମନେ କାମକୁ ଖୋଜି

         ହଜି ହଜି ଯାଏ ସ୍ୱପ୍ନ, 

       କାମକୁ ସେ ଛାଡି ପାରୁନାହିଁ

        ଗରିବ କୁଳେ ତା'ର ଜନ୍ମ l


      ଆଗପଛ ବୁଲି କରେ କାମ ନିତି 

        ନାହିଁ ବାସ ଖଣ୍ଡେ ସ୍ଥିର, 

        ଶିଶୁର ଶିକ୍ଷା କିଏ ଚିନ୍ତଇ 

        ଜୀବନ ଯେଉଁଠି ଛାର l


      ନିଷ୍ପେସିତ ସେ ନିରାଶ୍ରିତ ପୁଣି 

        ଦଳିତ ସଂସାର ଚାପେ, 

    ରୋଗର ଭୟ ଥାଇ ପେଟ ପାଇଁ ଆଜି 

        କ୍ଷୁଧାର ମାଳା ସେ ଜପେ l


     ସଂସାର ଚାଲିଛି ଉନ୍ନତିର ପଥେ 

        ଲଜ୍ଜା ଏ ସମାଜ ପାଇଁ, 

     ନିଷ୍ପାପ ଶିଶୁ ଯଦି ଶ୍ରମିକ ସାଜେ 

        ଧର୍ମ ସହିବ କି ଭାଇ l

    ହାତଯୋଡ଼ି ଭାଇ କାଳିଆ ନାଁ' ରେ 

       ଅନୁରୋଧ କରେ ତୁମକୁ, 

    ଶିଶୁର ଶିକ୍ଷାର ଆବଶ୍ୟକତା ପାଇଁ 

       ଡାକି ଆଣିବା ବିଦ୍ୟାଳୟକୁ l  


Rate this content
Log in

Similar oriya poem from Abstract