STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ମର୍ତ୍ତ୍ଯର ଈଶ୍ବର

ମର୍ତ୍ତ୍ଯର ଈଶ୍ବର

1 min
353

ଏ ଏମିତି ଜଣେ ଈଶ୍ବର

ଯିଏ ବିଦ୍ୟମାନ ପ୍ରତି ପରିବାରରେ 

ଯାହାଙ୍କ ପରିଶ୍ରମରେ କ୍ଲାନ୍ତ କି ବିଶ୍ରାମ ନଥାଏ

ଯିଏ କି କାନ୍ଦିଲେ ଆଖି ଓଦା ନହୋଇ

ଛାତି, ମନ ଓ ହୃଦୟ ସରସର କୋହରେ ଓଦା ହୁଏ ।


ଏ ଏମିତି ଏକ ଦେବତା

ଯେ ଦିଶନ୍ତି ଅଗ୍ନିପରି କିନ୍ତୁ ମନରେ ଶୀତଳ ଜଳ

ଯିଏ ଚାଲିଲେ ମାଟି କ'ଣ କଙ୍କଡ଼ ପଥର ବି ନମ୍ର ହୁଏ

ପାଦରେ କଣ୍ଟା ପଶିଲେ ଝରେ ରକତ ଟୋପା

ହେଲେ ଏ ପାଦ ଥକେନି ରାସ୍ତାର କଣ୍ଟା ପଛେ ଥକିଯାଏ ।


ଏ ଏମିତି ଜଣେ ପ୍ରଭୁ

ମେଘନାଦ ପ୍ରାଚୀର ହୋଇ ସାଜଇ ରକ୍ଷକ

ଯିଏ ଅନ୍ଧକାରେ ନିଜେ ଜଳି ଆଲୋକ ଦିଏ

ବିନା ପ୍ରଶିକ୍ଷଣେ ଅଭିନୟରେ ଚମତ୍କାର କରେ ପ୍ରଦର୍ଶନ

ଭୋକିଲା ଉଦରେ, ଲୁହସାଗରେ ବୁଡ଼ି ଅସରନ୍ତି ହସାଏ ।


ଏ ଏପରି ଭଗବାନ 

ଯେ ମର୍ତ୍ତ୍ଯରେ କର୍ତ୍ତବ୍ଯ, କର୍ମ, ଧର୍ମ ପାଳନ୍ତି

ସଂଘର୍ଷ ନାବେ ନାଉରୀ ସାଜି ଜୀବନ ନଦୀ ପାର କରାଏ

ଶରୀରକୁ କରି ଗାଡ଼ି, ଘୋଡ଼ା, ଉଡ଼ାଯାହାଜ

ବାପା ସେ, ପୁଅଝିଅଙ୍କୁ କାନ୍ଧପାଲିଙ୍କି ରେ ବସାଇ ବୁଲାଏ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract