STORYMIRROR

Debabrata Mishra

Abstract Action Classics

4  

Debabrata Mishra

Abstract Action Classics

ମିଠାଲୁହ

ମିଠାଲୁହ

1 min
314


ବିବେକର ପ୍ରସ୍ତାବରେ ମସ୍ତିଷ୍କ ହୋଇଛି ରାଜି

ଆଖି କି କହିଛି ସେ ଆଜିଠୁ ତୋର ଲୁହ ହେବ ମିଠା

ତୁ ଯେବେ ବି କାନ୍ଦିବୁ ବହୁତ୍ କାନ୍ଦିବୁ

ନୟନର ଧାର ଯେବେ ଓଠକୁ ଛୁଇଁବ

ତୋ' ଓଠ ପରା ଅସହାୟ ସେ ବାଧ୍ଯ ହୋଇ ହସିବ, 


ମନ ବି ମାନିସାରିଛି ହୃଦୟର କଥା

ବ୍ୟଥା ସବୁ ଯେତେ ଆଜିଠୁ ଆରାମ ଲାଗିବ

ବିଷାଦରେ ତୁ ଆଉ ବିଶ୍ରାମ ନ ଖୋଜି

କୋଳାହଳକୁ ଯାଇ ତୁ ପ୍ରଫୁଲ୍ଲିତ ହେବୁ

ଯନ୍ତ୍ରଣା ଆନନ୍ଦେ ତୋ' ଶରୀର ଅଧିକ କ୍ରିୟାଶୀଳ ହେବ,


ଆତ୍ମାତୋର ଆଉ ମାଗିବନି ସୁଖ ଈଶ୍ବରଙ୍କୁ

ଗୁପ୍ତ ଅନୁବନ୍ଧନ କରିଛି ସେ ସମୟ ସହ

ନିରାଶର ଭାବ ଯେତେ ଆଶାପୂର୍ଣ୍ଣ ହେବ

ଜୀବନର ସଙ୍ଗୀତ ଗାଇବା ଏବେ ତୋ' ଦୁର୍ବଳତା

ଚିନ୍ତାକୁ ଦିଆଯାଇଛି ଧମକ ସେ ତୋର ପାଖ ନ ମାଡ଼ିବ, 


ନୀରବତାକୁ ତୋର ପଠାଯିବ କଳାପାଣି

ତୋ' ଓଠ ଏବେ ବାଧ୍ଯ, ଅନେକ କଥା ସେ କହିବ

ଉଦାରତାକୁ କରାଯିବ କିଛି କ୍ଷଣ ବନ୍ଦୀ

ପରିଚୟ ହେବ ତୋର ଉଚ୍ଚସ୍ବର ପାଇଁ ଏବେ

ଆଉ ଶାନ୍ତପଣ ତୋତେ ଦେଖିଲେ ଛାନିଆ ହୋଇବ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract