STORYMIRROR

Kshitish Jena

Tragedy Action Inspirational

4  

Kshitish Jena

Tragedy Action Inspirational

ଚାଷୀ ପୁଅ

ଚାଷୀ ପୁଅ

1 min
421

ଚାଷୀ ପୁଅ ମୁଁ ଚାଷୀ ପୁଅ

ଚାଷୀ ପୁଅ ମୁଁ ଚାଷୀ ପୁଅ

ସୁନାର ଫସଲ ଫଳାଏ କ୍ଷେତରେ

କ୍ଷେତ ହସୁଥିଲେ ହସେ ମୁଁ ସତରେ

ମୋ ପରି ଅଛିରେ କିଏ କୁହ

ଚାଷୀ ପୁଅ ମୁଁ ଚାଷୀ ପୁଅ ।


ଶଗଡ଼ ଗାଡ଼ିରେ ଖତ ନେଇଯାଏ

ପାଞ୍ଚଣଟେ ଧରି ଗୀତ ଗାଉଥାଏ

ଧନ ନଥିଲେ ବି ମନ ଥାଏ ଖୁସି

ଯାହାକୁ ଦେଖିଲେ ଦୂରୁ ଦିଏ ହସି 

ଛନ୍ଦ କପଟିଆ ମୁଁ ନୁହଁ

ଚାଷୀପୁଅ ମୁଁ ଚାଷୀ ପୁଅ।


ଖଟି କରିବାକୁ ବେଳ ମୋର ନାହିଁ

ଗଛ ସାଥେ କଥା ହୁଏ ବିଲେ ମୁହିଁ

ମୋ ଦୁନିଆ କ୍ଷେତ ମୁହିଁ ତାର ମିତ

କ୍ଷେତରେ ଖଟିଲେ ପୂରେ ମୋର ପେଟ

ମୋ ପାଇଁ ହସଇ ସାରା ବିଶ୍ଵ

ଚାଷୀ ପୁଅ ମୁଁ ଚାଷୀ ପୁଅ।


ମନେ ଆଶା ନେଇ ଆମେ ବଞ୍ଚୁ ସିନା

ଆଶା ହିଁ ଆଶାରେ ରୁହଇ ଭାଇନା

ପିଲାଛୁଆ ଦୁଃଖେ ହଉ ହିନିମାନ

ବେଳେବେଳେ ଭୋକେ କାଟିଥାଉ ଦିନ

ଆମକୁ ଭରସା ତିନି ଦିଅଁ

ଚାଷୀପୁଅ ମୁଁ ଚାଷୀପୁଅ ।


ଦେଶ ଲାଗି ପରା ଖଟୁଥାଏ ମୁହିଁ

ଛୋଟ ନଜରରେ ମୋତେ ଦେଖେ କେହି

ପରକଥା ଶୁଣି ଦୁଃଖ କରେନାହିଁ

ଚାଷୀପୁଅ ପରା ମୁହିଁରେ ଅଟଇ

ଭାଙ୍ଗି ପଡ଼େ ମୁହିଁ କେବେ ନୁହଁ

ଚାଷୀ ପୁଅ ମୁଁ ଚାଷୀ ପୁଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy