ନିୟତିର ଖେଳ
ନିୟତିର ଖେଳ
ନିୟତିର ଖେଳ ବଡ଼ ହିଁ ଜଟିଳ
ମୂହୁର୍ତ୍ତେ ବଦଳେ କଡ଼
ଯୋଡିବା ଭାଙ୍ଗିବା ସତେକି ତା ପାଇଁ
କଥା ନୁହେଁ ବେଶୀ ବଡ଼ ।
ହସ ଖୁସି ସାଥେ ଯନ୍ତ୍ରଣା ଯାତନା
ନିୟତି ର ସବୁ ଦାନ
ତଥାପି ମଣିଷ ଅବୁଝା ହେଉଛି
ଦିନରେ ଖୋଜୁଛି ଜହ୍ନ ।
କର୍ତ୍ତବ୍ୟ ବୋଧକୁ ପାଶୋରି ପକାଇ
ଆଳସ୍ୟେ କାଟୁଛି ଦିନ
ଭ୍ରମରେ ନିଜକୁ ସର୍ବଜ୍ଞ ମଣୁଛି
ଆକାଶେ ଉଡୁଛି ମନ ।
ନିୟତିରେ ବନ୍ଧା ଏ ସାରା ଦୁନିଆ
ନିଜ ହାତେ କିଛି ନାହିଁ
ଗର୍ବ ଅହଙ୍କାର ଦି ଦିନର କଥା
କାହିଁ କେହି ବୁଝେ ନାହିଁ ।
ନିୟତି ର ସାଥେ ଆଜି ଯାଏ କେହି
ଲଢି କି ପାରିଛି କୁହ
ବିଭୁ ପାଦେ ଯଦି ସମର୍ପିତ ହେବ
ପୋଛି ଯିବ ସବୁ ଲୁହ ।
