ଏଇତ ଜୀବନ
ଏଇତ ଜୀବନ
ଭୋଗିଥାଏ ଆମେ କେବେ ପରା
ଖରା କେବେ ଛାଇ
କିଏ ହୁଏ ଆମର ସାଥି, କିଏ କେବେ
ଯାଏ ଦୂର ହୋଇ ।
ଜୀବନରୂପୀ ପୋଖରୀ ତୁଠେ ଶିଉଳି
ମାଡଇ କେବେ
ଅସାବଧାନତାରେ ଖସିଯାଇ ଗୋଡ
ଅତଳ ଗରଭେ ଡୁବେ ।
ବହୁରୂପୀର ମିଠାମିଠା କଥା ଶୁଣି
ବିଶ୍ୱାସ କରିଥାଇ
କ୍ଷଣିକେ ପଛରୁ ଛୁରୀ ଭୁଷନ୍ତି ସେମାନେ
ଆପଣାର ହୋଇ ।
ଅଦିନିଆ ମେଘ ଭଳି ଏଇ ଜୀବନର
ମୋଡ଼ ବଦଳି ଯାଏ
ଜୀବନର ଏଇ ସାଦା ସ୍ୱଛ କାଗଜରେ
ହତାସ ଘେରି ଯାଏ ।
କଣ୍ଟାମୟ ଅବା ରଗଡା ଅବା ପଙ୍କିଳ
ପଥ ପଡିଯାଏ
ଜୀବନର ସେଇ ରାସ୍ତାରେ ଚାଲିବାକୁ
ହୋଇଥାଏ ।
ନିଜର ବିବେକକୁ ଛାଡ଼ି ଅନ୍ୟର ମଠା
କଥାରେ ମାତିଲେ
ଭୟାଵହତାର ଶିକାର ହୋଇବା, ମନେ
ରଖ ବେଳ ପଡ଼ିଲେ ।
ସଂସାର ସାଗରେ ନେଡିଗୁଡ କହୁଣୀ
କୁ ବହିଗଲେ ଜାଣ
ହାତ ମାପି ଚାଖଣ୍ଡେ ନଚାଲିଲେ ସେ
ଗୁଡକୁ ଚାଟିକି ହେବନି ଶୁଣ ।
ବିନା ଭୟେ ମନ ଦୃଢ଼ ରଖି ସାଧନା
ବଳରେ ହେବ ଚାଲିବାକୁ
ଧୈର୍ଯ୍ୟ ହରାଇଲେ ମନେ ହେଜ ପାଇବାନି
ତ ଆଲୋକର ରାସ୍ତାକୁ ।
