STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ଓଦା ମାଟିର ସ୍ବର୍ଗ

ଓଦା ମାଟିର ସ୍ବର୍ଗ

1 min
360

ଆକାଶ ଢ଼ାଳି ଦିଏ ତୁହାକୁ ତୁହା ବର୍ଷା

ମନେ ତାର ନ ରଖି ଗ୍ଳାନି କି ଈର୍ଷା

ବସୁଧାର ଓଦା ମାଟି ପାଲଟି ଯାଏ ସ୍ବର୍ଗ

ଶାନ୍ତି ସନ୍ତୋଷ ଲଭନ୍ତି ଭବେ ସକଳ ବର୍ଗ

ସବୁଜିମାରେ ଭରିଯାଏ ତାର ସର୍ବାଙ୍ଗ

ଦଶ ଦିଗେ ବିଚ୍ଛୁରିତ ହୁଏ ସବୁଜ ରଙ୍ଗ

କ୍ଷେତେ କ୍ଷେତେ ନାଚେ ସୁନାର ଫସଲ

ତରୁ ଲତା ହସି ଉଠନ୍ତି ଫୁଟାଇ ଫୁଲ

ପ୍ରକୃତିରାଣୀ ହୋଇ ଉଠେ ଶୋଭାମୟୀ

ବିଭୁ ଆରାଧନାରେ ଆବାହନୀ ମନ୍ତ୍ର ଗାଇ

ପ୍ରାଣ ପୁଲକେ ଆଖି ଦେଖେ ସ୍ୱପ୍ନ

ତଲ୍ଲୀନ ହୃଦୟ ଭାବାବେଶେ ହୁଏ ମଗ୍ନ

ଆତ୍ମ ବିଭୋରରେ ନାଚେ ଜୀବନ ତରଙ୍ଗ

ଆବେଗର ପ୍ରବଣତାରେ ଧ୍ୟାନ ହୁଏ ଭଙ୍ଗ

ବରଷାର କଅଁଳ କାଉଁରୀ ପରଶ ପାଇ

ଓଦା ମାଟି କୋଳ କୋମଳ ହୁଏ ବତୁରି 

ହୃଦୟକୁ କରିନିଏ ସେ ଆକର୍ଷିତ

ବର୍ଷା ଭିଜା ନିଆରା ଆନନ୍ଦ ହୁଏ ଜାତ

ତନୁ ମନେ ଆସେ ପ୍ରୀତିର ସିହରଣ

ନବ ଉତ୍ସାହ ଉଦ୍ଦିପନା ଆଣେ ଜାଗରଣ

ପ୍ରେମ ଅନୁରାଗେ ମତୁଆଲା ହୁଏ ପ୍ରଜାପତି 

ଭାବ ଭାବନାରେ ଫୁଲାଇ ତାର ଛାତି

ଫୁଲେ ଫୁଲେ ଉଡ଼ି ଯାଏ ଗାଇ ପ୍ରେମଗୀତି

ମଧୁମିତ ହୁଏ ସଞ୍ଚିତ ଆଶା ଅଭିଳାଷ

ଉଷ୍ଣତାର ତିକ୍ତ ବିରାଗ ହୋଇଯାଏ ନାଶ

ଅବସାଦ ବିହୀନ ହୁଏ ଓଦା ମାଟିର ସ୍ବର୍ଗ

ଦେଖାଏ ଆଗକୁ ଚାଲିବାର ଠିକ୍ ମାର୍ଗ

ଅଭାବର ଅନୁଶୋଚ଼ନା ଯାଏ ଦୂରାଇ

ପରିପୂର୍ଣ୍ଣତାର ପ୍ରାଚୁର୍ଯ୍ୟରେ ହସ ଯାଏ ଭରି

ଝଟକୁ ଥାଏ ଫୁଟାଫୁଲ ପରି ମହକ ବିତରି

ଜୀବନ ନଈରେ ଆସେ ଉନ୍ମାଦନାର ବଢ଼ି

ଯୌବନର ଜୁଆର କୂଳ ଲଙ୍ଘେ ଉଛୁଳି

ପ୍ଳାବନେ ପ୍ଳାବିତ ହୋଇ ଯିଏ ଖେଳି ଖେଳି 

ଉଦ୍ଦାମ ବୟସର ନିଶା କରେ ଭାବ ବିହ୍ୱଳ

ପ୍ରେମେ ପ୍ରେମୀ ପ୍ରାଣକୁ କରାଏ ଚଳ ଚଞ୍ଚଳ

ମିଳନେ ଲଭେ ଚରମ ତୃପ୍ତି ଅସୀମ ଶାନ୍ତି

ପ୍ରକାଶେ ବିକାଶେ ତାର ଯୁବା ରୂପକାନ୍ତି

ସେବା ଯତ୍ନ ତ୍ୟାଗରେ ଜୀବନ କରି ଉତ୍ସର୍ଗ

ସଂସାରକୁ ପରିଣତ କରେ ଓଦା ମାଟିର ସ୍ୱର୍ଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action