ଜହ୍ନ
ଜହ୍ନ
କେଡେ ଚମତ୍କାର
ଦିଶ ତୁମେ ଜହ୍ନ
ବିହାୟାସେ ହସି ହସି
ରତ ଥାଅ ନିତି
ଶୀତଳ କିରଣ
ଜୋଛନ ଧାରା ବରଷି ।
ରତ୍ନ ଦୀପାବଳୀ
ପରାଏ ଉଜ୍ଜ୍ବଳୀ
ବେଢ଼ିଣ ତାରକା ରାଜି
ଚଉ ପାଶେ ତୁମ
ଦିଶନ୍ତି ସୁଷମ
ଶୋଭନ୍ତି ନଭେ ବିରାଜି ।
ବର୍ଣ୍ଣତରବ ମୟୀ
ଶୋଭା ର ତରଙ୍ଗେ
ପ୍ଲାବି ସସଗରା ଧରା
ରଜନୀ ରେ ତୁମେ
ବର୍ଣ୍ଣାଢ଼୍ୟ ସୁଷମେ
ଦିଶୁଥାଅ ମନୋହରା ।
ରୂପେଲି ରଜତ
ପିତାଭ ପ୍ରଦୀପ୍ତ
ଆଲୋକେ ଉର୍ବି ଶୋଭାେଇ
ଲାବଣ୍ୟ ତରଙ୍ଗେ
ବିଧଉତ ରଙ୍ଗେ
କରି ଗ୍ରାମ ବନ ଭୂଇଁ ।
ଜହ୍ନ ହେ ତୁମେ
ଅତି ଅନୁପମ
ବିଭା ବିଭାସ ସଞ୍ଚାର
ଆହାକି ବର୍ଣ୍ଣିଳ
ମଞ୍ଜୁଳ ବିପୁଳ
କମନୀୟ ଦୀପ୍ତି ଧାର ।
ବିତରି ଗଗନେ
ନୀର ଦରପଣେ
ଶୋଭ ମାନ କମ୍ର ଅଙ୍ଗେ
ବାଦଲ ଉହାଡେ
ଲୁଚକାଳି ଖେଳ
ଖେଳୁ ଥାଅ କି ସରାଗେ ।
ସର୍ବରୀ ସୁଷମା
ଭାବ ମଧୂରୀମା
ଵିଶୋଭାଇ ନାନା ରଙ୍ଗେ
ଦରଶନେ କ୍ଷଣେ
ଭାବୁକ ପରାଣେ
ନବ ଉନ୍ମାଦନା ଜାଗେ ।

