Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

ତ୍ରୁଟି

ତ୍ରୁଟି

1 min
248


ବ୍ୟକ୍ତି ନିତିଦିନ କରୁଥିବା କାର୍ଯ୍ୟେ

କରେ ଯଦି କିଛି ତ୍ରୁଟି

ସେହି ତ୍ରୁଟି ଦିନେ ଅନ୍ୟମାନଙ୍କର

ଘଟାଏ ବିରାଟ କ୍ଷତି ।


ଚିକିତ୍ସକ ଯଦି ରୋଗୀ ଚିକିତ୍ସାରେ

ସାଧାରଣ ତ୍ରୁଟି କରେ

ଧନହାନି ସହ ପ୍ରାଣପୀଡ଼ା ପାଇ

ରୋଗୀଟି ଅକାଳେ ମରେ ।


ପାଚିକାଟି ଯଦି ରନ୍ଧନ କାର୍ଯ୍ୟରେ

ସାମୟିକ କରେ ତ୍ରୁଟି

ଖାଇଲେ ସୁସ୍ଵାଦ ଲାଗେ ନାହିଁ ଖାଦ୍ୟ

ନଷ୍ଟହୁଏ ବ୍ୟଞ୍ଜନଟି ।


ଗାଡ଼ି ଚଲାଇବା ବେଳରେ ଚାଳକ

ତ୍ରୁଟି ଯଦି କରିଥାଏ

ଦୁର୍ଘଟଣା ଘଟି ବହୁ ଲୋକଙ୍କର

ଜୀବନ ହିଁ ଚାଲିଯାଏ ।


ଲାଭ ଆଶା ରଖି ସେତୁ ନିର୍ମାଣରେ

ଯନ୍ତ୍ରୀ ଯଦି ତ୍ରୁଟି କରେ

ସ୍ଵଳ୍ପ ଦିନ ପରେ ସେତୁଟି ଭୁଷୁଡ଼ି

ଯାଏ କେଉଁ ମୂହୁର୍ତ୍ତରେ ।


ବଗିଚାର ଯତ୍ନ ନେବାରେ ହିଁ ତ୍ରୁଟି

କରିଥାଏ ଯଦି ମାଳୀ

ତଦାରଖ ବିନା ମରିଯାଏ ତରୁ

ଅଥବା ପଡ଼େ ଝାଉଁଳି ।


ପାଠ୍ୟପୁସ୍ତକରେ ମୁଦ୍ରଣ ଜନିତ

ତ୍ରୁଟି ଯଦି ରହିଥାଏ

ସେହି ତ୍ରୁଟି ଶିଶୁ ମନେ ଛାପି ହୋଇ

ଚିରଦିନ ରହିଯାଏ ।


ନିଜ ବିଚାରରେ ତ୍ରୁଟି ଯଦି କରେ

ପ୍ରଧାନ ବିଚାରପତି

ନିର୍ଦ୍ଦୋଷ ହିଁ ଦୋଷୀ ହୋଇ ପାଏ ଫାଶୀ

ଦୋଶୀ ପାଇଥାଏ ମୁକ୍ତି ।


ପରିକ୍ଷାର୍ଥୀଙ୍କର ଖାତା ଦେଖିବାରେ

ନିରୀକ୍ଷକ କଲେ ତ୍ରୁଟି

ମନ ବଳ ଭାଙ୍ଗିଯାଏ ସେମାନଙ୍କ

ଭବିଷ୍ୟତ ହୁଏ ମାଟି ।


ତ୍ରୁଟିପୂର୍ଣ୍ଣ ଶିକ୍ଷା ଦେବାଠୁ ଉତ୍ତମ

ବୁଝି ସୁଝି ପଢ଼େଇବା

ଛୋଟ ଛୋଟ ତ୍ରୁଟି ସୁଧାରିଲେ ଆମେ

କ୍ଷତିଠୁ ଦୂରେ ରହିବା ।


Rate this content
Log in

Similar oriya poem from Abstract